ଖୋର୍ଦ୍ଧା ଗ୍ରାମାଂଚଳରେ ଦୈନିକ ସଂକ୍ରମଣ ୩୧୩, ୧୮୪ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ୫ ଦିନ ପାଇଁ ଦୈନିକ ସଂକ୍ରମଣ ୩୦୦ ରହିଛି । ଜିଲ୍ଲା ଆପାତ୍କାଳୀନ ବିଭାଗ ସୂଚନାନୁସାରେ, ଆଜି ୯୦୨ ରାପିଡ୍ ଆଂଟିଜେନ୍ ଓ ୫୬୧ ଆର୍ଟି-ପିସିଆର୍ ପରୀକ୍ଷଣ କରାଯାଇଥିଲା । ମୋଟ ମୋଟ ୧୪୬୩ ଟି ସ୍ୱାବ୍ ପରୀକ୍ଷଣରୁ ୩୧୩ଜଣଙ୍କ ଠାରେ କୋଭିଡ୍ ପଜିଟିଭ୍ ଥିବା ଚିହ୍ନଟ ହୋଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରେ ସର୍ବାଧିକ ୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ବାଲିପାଟଣାରୁ ୪୪, ଟଙ୍ଗୀରୁ ୪୨ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ବାଲିଅନ୍ତାରୁ ୩୧, ଭୁବନେଶ୍ୱର ବ୍ଲକ (ମେଣ୍ଢାଶାଳ)ରୁ ୧୩, ଜଟଣୀରୁ ୨୨, ବେଗୁନିଆରୁ ୩୪, ବୋଲଗଡ଼ରୁ ୩୫, ଚିଲିକା-ବାଲୁଗାଁରୁ ୧୯, ବାଣପୁରରୁ ୨୮ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮୪୯ ଛୁଇଁଛି । ଏହା ସହ ୧୮୪ଜଣ ସୁସ୍ଥ ହୋଇଛନ୍ତି ।
୨୦୨୦ ଅପ୍ରିଲ୍ ୧୩ ତାରିଖରେ ଖୋର୍ଦ୍ଧା ଗ୍ରାମାଂଚଳରେ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ବର୍ତମାନ ସୁଦ୍ଧା ୧୯ହଜାର ୫୦୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୭ ହଜାର ୫୯୮ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବର୍ତମାନ ସୁଦ୍ଧା ୩ଲକ୍ଷ ୩୭ହଜାର ୬୬୩ ଟି ଆରଟି-ପିସିଆର୍, ରାପିଡ୍ ଆଂଟିଜେନ୍ ଓ ଟ୍ରୁ-ନାଟ୍ ପରୀକ୍ଷଣ କରାଯାଇଛି ।

ସମ୍ବନ୍ଧିତ ଖବର