ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ପାଇଁ ଆଶ୍ବାସନା: ଏବେ ବି ୮୦ ଭାଗ ଗାଁରେ ସଂକ୍ରମଣ ନାହିଁ, କରୋନାକୁ ଭୟ ନକରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ କୌଣସି ସଂକ୍ରମଣ ଦେଖାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ୍ ୧୩୫୮ଟି ଗାଁରୁ ମାତ୍ର ୨୭୬ ଗାଁ ସଂକ୍ରମିତ ହୋଇଛି । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ ଜିଲ୍ଲାବାସୀଙ୍କୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଆଗାମୀ ଦିନରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । କିନ୍ତୁ ସବୁପ୍ରକାର ଭିତ୍ତିଭୂମି ଅଛି, ସବୁସ୍ତରରେ କାର୍ଯ୍ୟ ତ୍ୱରାନିତ କରାଯାଉଛି । ତେଣୁ ଆପଣମାନଙ୍କ ସହଯୋଗ ରହିଲେ ମହାମାରୀ ମୁକାବିଲାରେ ଆମେ ବିଜୟୀ ହେବା ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଖୋର୍ଦ୍ଧା ଜିଲ୍ଳାରେ ୩ଟି କୋଭିଡ୍ ସେଣ୍ଟର କାର୍ଯ୍ୟ କରୁଛି । ପରିସ୍ଥିତିକୁ ଦେଖି ପ୍ରାଇଭେଟ୍ କ୍ଲିନିକ୍ ଓ ହସ୍ପିଟାଲ ଗୁଡ଼ିକରେ କୋଭିଡ୍ କେୟାର ଖୋଲିବା ପାଇଁ ସରକାରଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।
ସେପଟେ ଭୂତାଣୁ ସହ କେମିତି ଲଢ଼େଇ କରୁଛି ଭୁବନେଶ୍ୱର ସେନେଇ ପୂରା ତଥ୍ୟ ରଖିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ତେବେ ସଂକ୍ରମଣ ରୋକିବାକୁ ସହରର ୱାର୍ଡରୁ ୱାର୍ଡ ବୁଲିବୁଲି ତଦାରଖ କରୁଛନ୍ତି ସଚେତକ ସ୍ୱେଚ୍ଛାସେବକ । ସେମାନଙ୍କ ସେବା ପାଇଁ ତାଙ୍କୁ ସହଯୋଗ କରିବା । ତେବେ ଅଯଥା ବାହାରକୁ ବାହାରନ୍ତୁ ନାହିଁ କିମ୍ବାର ଗହଳି କରନ୍ତୁ ନାହିଁ । ସଚେତନ ହେବା କରୋନାଠୁ ଦୂରରେ ରହିବା ବୋଲି କହିଛନ୍ତି ବିଏମସି କମିଶନର ।