ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ । ସାଇବର ଠକଙ୍କ ଦ୍ୱାରା ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ ବାଙ୍କୋଇ ଗାଁର ବ୍ରଜବନ୍ଧୁ ସାହୁ। ଏ ନେଇ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ।

ପୁଲିସ ତାଙ୍କୁ ଅଟକାଇବା ସହ ଗିରଫ କରିଛି । ଗତବର୍ଷ ୨୦୧୯ ଅଗଷ୍ଟ ମାସରେ ବ୍ରଜବନ୍ଧୁ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ସଂସ୍ଥାକୁ ପଠାଇଥିଲେ । ଏହାପରେ ଉକ୍ତ ୱେବସାଇଟ୍  ଏକ ଠକେଇ ସଂସ୍ଥାର ବୋଲି ଜାଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର