ବେଗୁନିଆ: ମାଓବାଦୀ ସନ୍ଦେହରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ପୁଲିସ ଗୁରୁବାର ଜଣେ ଯୁବକଙ୍କୁ ଅଟକ ରଖିଛି। ସନ୍ଦେହ ହେବାରୁ ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ପୁଲିସ ସୁରେଶ ନାମରେ ଜଣେ ଯୁବକଙ୍କୁ ବଜାର ଉପରୁ ଉଠାଇ ଆଣିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିଛି ଦେଉଳି ଛକକୁ ଦୋକାନ ସାମଗ୍ରୀ କିଣିବାକୁ ଆସିଥିବା ବେଳେ ସୁରେଶକୁ ପୁଲିସ ଉଠାଇ ନେଇଛି। ସେ ଗୋଦୁମୁଣ୍ଡିଆ ଜଙ୍ଗଲରେ ୨ ଜଣ ମାଓବାଦୀଙ୍କ ପାଇଁ କିଛି ଦିନ ହେବ କାମ କରୁଥିଲା। ସୁରେଶ ମାଓବାଦୀଙ୍କ ପାଇଁ ରୋଷେଇ କରିବା ଓ ଜିନିଷ ପତ୍ର କିଣାକିଣି କରୁଥିଲା। ନୂଆପଡା ଜିଲ୍ଲାରେ ସୁରେଶର ଘର ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମାଓବାଦୀମାନେ ଫେରାର ଅଛନ୍ତି।
ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା ଅନୁସାରେ ମାଓବାଦୀମାନେ କିଛି ଦିନ ହେବ ଜଙ୍ଗଲ ଭିତରେ ରହୁଥିଲେ। ସେମାନେ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ମାତ୍ର ତାଙ୍କର ଗତିବିଧି ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା। ଫଳରେ ସେମାନେ ଶେଷରେ ପୁଲିସକୁ ସୂଚନା ଦେଇଥିଲେ।