ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୁଲିସ ଅନ୍ତର୍ଗତ ରାମେଶ୍ୱର ଗ୍ରାମପଞ୍ଚାୟତରେ ଶନିବାର ଜଣେ ଯୁବକଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ତାଳପଡ଼ା ଗ୍ରାମର ଗୋଠପଦା ଠାରେ ପଲ୍ଲୀସଭା ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଛି।
ଚାଷ କାମକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୃତିବାସ ପାଇକରାୟ(୩୫) ଭିଏଲ୍ଡବ୍ଲୁ ପ୍ରତାପ କୁମାର ସାହୁଙ୍କୁ ଟାର୍ଗେଟ ବନାଇଥିଲା। ଗୋଠପଦା ଠାରେ ପ୍ରତାପ ସାହୁ ଉପସ୍ଥିତ ଥିଲେ। ଆଜି ହିଁ ତାଙ୍କୁ ହତ୍ୟା କରିବାର ଭଲ ସୁଯୋଗ ଭାବି କୃତିବାସ ଏକ ଛୁରା ନେଇ ପଲ୍ଲୀସଭାକୁ ପହଞ୍ଚି ଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ଆକ୍ରମଣ ସମୟରେ ପ୍ରତାପଙ୍କୁ ବଞ୍ଚାଇବା ପାଇଁ ଚରଣ ପ୍ରଧାନ(୩୫) ବଳି ପଡ଼ିଥିଲେ।
/sambad/media/post_attachments/wp-content/uploads/2018/01/Nirakarapur1-300x201.jpg)
ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଥିଲା। ଚରଣଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଥିବା ବେଳେ ଏକ ହତ୍ୟାକଣ୍ଡ ମାମଲା ରୁଜୁ କରି କୃତିବାସକୁ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Nirakarapur.jpg)