ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ କାଇପଦର ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧା ଏଆର୍ସିଏସ୍ ଉମାଶଙ୍କର ଦାସ, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ସମିତିର ଡିଜିଏମ୍ ସାରଥି ଶତପଥି, କାଇପଦର ସୋସାଇଟିର ପରିଚାଳକ ଚିନ୍ମୟୀ ଶୁଭଦର୍ଶନୀ, ବଜାର ନୀରିକ୍ଷକ ମନୋଜ ଶର୍ମା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଦର ଶାଖାର ପରିଚାଳକ ଅଜୟ ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୩୦ଜଣ ଚାଷୀ ନିଜର ଧାନ ବିକ୍ରି କରିଥିଲେ ।
କାର୍ଯ୍ୟକ୍ରମକୁ ଏଆଇ ଲଲିତମୋହନ କର, ତପନ କୁମାର ପାତ୍ର, ବାପି ଚମ୍ପତ୍ତିରାୟ, କୃଷକ କମିଟି ସଦସ୍ୟ ପ୍ରଣୟ ଶ୍ରୀଚନ୍ଦନ, ବଟକୃଷ୍ଣ ପରିଡ଼ା, ଶରତ ହରିଚନ୍ଦନ, ସମବାୟ ସମିତିର ସମ୍ପାଦକ ଝିନ ସାମନ୍ତରାୟ, କୈଳାସ ଶ୍ରୀଚନ୍ଦନ ପ୍ରମୁଖ ମଣ୍ଡ ଉଦ୍ଘାଟନ କାର୍ଯ୍ୟରେ ସହଯୋଗ କରିଥିଲେ ।
କାଇପଦରରେ ଧାନମଣ୍ଡି ଉଦଘାଟିତ
/sambad/media/post_attachments/wp-content/uploads/2021/01/kaipadar-Dhana-Mandi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)