୪ ବର୍ଷର ପୁଅକୁ ନେଇ ପ୍ରେମିକ ସହ ଫେରାର ହୋଇଗଲା ମା’

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଦଣ୍ଡିଲୋ ଗ୍ରାମର ଜଣେ ୨୩ ବର୍ଷୀୟ ମହିଳା ୪ ବର୍ଷର ପୁଅକୁ ସାଙ୍ଗରେ ନେଇ ପ୍ରେମିକ ସହ ଫେରାର ହୋଇଯାଇଛି । ଏ ସଂପର୍କରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ଗାଡ଼ି ମେକାନିକ ତାଙ୍କ ସ୍ତ୍ରୀକୁ ଅପହରଣ କରି ନେଇଥିବା ଏତଲାରେ ଦର୍ଶାଇଛନ୍ତି ।

ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ଗ‌ାଡ଼ି ସଜାଡ଼ିବାକୁ ସେ ଗତ ୧୮ ତାରିଖରେ ଜଟଣି ଯାଇଥିଲେ । ହେଲେ ଘରେ ଫେରି ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଓ  ପୁଅ ଘରେ ନାହାନ୍ତି । ଉଭୟ ମା’ ପୁଅକୁ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ଶେଷରେ ନିରାଶ ହୋଇ ଦୁଇଦିନ ପରେ ବାଲିଅନ୍ତା ଥାନାରେ ଜଣାଇଥିଲେ । ହେଲେ ଥାନାରେ ଅଭିଯୋଗ କରିବାର ଏହା ମଧ୍ୟରେ ୧୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ । ମା’ ପୁଅ ଉଭୟଙ୍କୁ ଖୋଜି ଉଦ୍ଧାର କରିବା ଲାଗି ସେ ପୁଲିସର ସହାୟତା ଲୋଡ଼ିଛନ୍ତି ।

ସମ୍ବନ୍ଧିତ ଖବର