ପରିତ୍ୟକ୍ତ କୂଅରୁ ମିଳିଲା ନାବାଳକଙ୍କ ମୃତଦେହ; ଗତକାଲିରୁ ନିଖୋଜ ଥିଲେ

ଭୁବନେଶ୍ବର: ଗତକାଲି ଖେଳିବାକୁ ଯାଇ ନିଖୋଜ ଥିବା ନାବାଳକ। ଆଜି ଘର ପାଖ କୂଅରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଓଲିସିଂହ ଗ୍ରାମର ୧୧ବର୍ଷର ନାବାଳକ ଦିବ୍ୟଜ୍ୟୋତିଙ୍କର ମୃତଶରୀର ରବିବାର ସକାଳୁ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମିଳିଛି । ଆଜି ସକାଳୁ ମୁକୁଳା କୂଅ ଭିତରେ ଚପଲ ଭାସୁଥିବା ଦେଖି ସନ୍ଦେହ କରିଥିଲେ ଗ୍ରାମବାସୀ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରିବା ପରେ ନାବାଳକର ମୃତଦେହ ଉଦ୍ଧାର କରିଛି। ତେବେ କେଉଁ ପରିସ୍ଥିତିରେ ଦିବ୍ୟଜ୍ୟୋତିଙ୍କ ମୃତ୍ୟୁ ହୋଇଛି ଏହାର ତଦନ୍ତ କରିବା ପାଇ ପୁଲିସ ଡଗ ସ୍କ୍ୱାର୍ଡ ଟିମ ଓ ସାଇନଣ୍ଟିଫିକ୍ ଟିମର ସହାୟତା ନେଇଛି । ତେବେ ମୃତ ନାବାଳକଙ୍କୁ ହତ୍ୟା ଅଭିଯୋଗ ଆଣିବା ସହ ନ୍ୟାୟ ଦାବି କରିଛନ୍ତି ପରିବାର ସଦସ୍ୟ। ସୂଚନାଯୋଗ୍ୟ, ଶନିବାର ସଂଧ୍ୟା ୫ଟାରୁ ନିଖୋଜ ଥିଲେ ଦିବ୍ୟଜ୍ୟୋତି।

ସମ୍ବନ୍ଧିତ ଖବର