ପୂର୍ବତନ ସରପଞ୍ଚଙ୍କ କାରକୁ ଜାଳିଦେଲେ ଦୁର୍ବୃତ୍ତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ସାଗର ବଳିୟାରସିଂହଙ୍କ କାରକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ସାଗର ବଳିୟାରସିଂହ ତାଙ୍କ କାରକୁ ପଞ୍ଚାୟତ କାର୍ଯ୍ୟାଳୟରେ ରଖିଥିଲେ। ସେଠାରେ ତାଙ୍କ ଗାଡ଼ିଟିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡିଛି।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି। ତେବେ ନିରାକାରପୁର ପୁଲିସ ପହଁଛି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି

 

ସମ୍ବନ୍ଧିତ ଖବର