ସହକାରୀ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଥାନାରେ ଅଟକ

ବାଲିପାଟଣା: ବାଲିପାଟଣା ବ୍ଲକ ନରିଶୋ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ସହଯୋଗୀ ସହକାରୀ ଶିକ୍ଷୟତ୍ରୀ ସ୍ଵାଗତିକା ଷଢଙ୍ଗୀଙ୍କୁ ଅସଦାଚରଣ କରି ଥାନାରେ ଅଟକ ଅଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ଆଜି ଶିକ୍ଷକଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ବାଲିପାଟଣା ପୁଲିସ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କୁ ଆଣି ଥାନାରେ ଅଟକ ରଖିଛି।
ସୂଚନା ଅନୁସାରେ, ଗତକାଲି ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଥିଲା। ସେଥିପାଇଁ ସହକାରୀ ଶିକ୍ଷୟତ୍ରୀ ସ୍ଵାଗତିକା ଷଡ଼ଙ୍ଗୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ମଲ୍ଲିକ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳରେ ଆଶାଳୀନ ଇଙ୍ଗିତ କରିବା ସହିତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଜୋର ଜବରଦସ୍ତ ସ୍ପର୍ଶ କରିଥିଲେ। ସେହି ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ୨ ଜଣ ସଦସ୍ୟ ବୈଠକରେ ଯୋଗ ଦେବାକୁ ଆସିଥିଲେ। ସେମାନେ ଆସିବା ସମୟରେ ଶିକ୍ଷକ ଅସଂଯତ ଅବସ୍ଥାରେ ଥିବା ୨ ଜଣଙ୍କୁ ସ୍ୱଚକ୍ଷୁରେ ଦେଖିଥିଲେ। ଗତକାଲି ଶିକ୍ଷୟତ୍ରୀ ସ୍ଥାନୀୟ ନେତୃବୃନ୍ଦ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଜି ପ୍ରଧାନ ଶିକ୍ଷକ ସ୍କୁଲକୁ ଆସିବା ପରେ ତାଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ବାଲିପାଟଣା ପୁଲିସ ପହଁଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର