ବେଗୁନିଆ: ସ୍ଥାନୀୟ ମହିୟସୀ ସୁଲକ୍ଷଣା ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ"ବିଶ୍ୱ ମାତୃଦିବସ"ପାଳିତ ହୋଇଯାଇଛି। ରବିବାର ଅପରାହ୍ନରେ ନୂଆସାହି ଶ୍ରୀଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ରକାନନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବର୍ଗତା ସୁଲକ୍ଷଣା ଦାସଙ୍କ ସୁପୁତ୍ର ତଥା କାର୍ଯ୍ୟ କ୍ରମ ଆବାହକ ବିଶିଷ୍ଟ ରସାୟନଶାସ୍ତ୍ରୀ ଡ.ହରିପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ। ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ଦିବଂଗତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥା ମଙ୍ଗଳାଚରଣ ପାଠ କରିଥିଲେ। ପରେ ଛାତ୍ରୀ ଉତ୍କଳିକା ସାହୁ ଓ ଭବାନୀ ପ୍ରଧାନ ପ୍ରଫେସର ପାଣିଗ୍ରାହୀଙ୍କ ରଚନା ଓ ସ୍ୱର ସଂଯୋଜନାରେ ମାତୃ ଦିବସ ତାତ୍ପର୍ଯ୍ୟ ସମ୍ବନ୍ଧୀୟ ଆବାହନୀ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମର ଆବାହକ ଡ.ହରି ପ୍ରସାଦ ଦାସ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Advertisment

ଏଥିରେ ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ବିଶେଷଜ୍ଞା ପ୍ରାଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ମୁଖ୍ୟ ଅତିଥି ଓ ସମ୍ବାଦ ଗ୍ରୁପର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିଶୁର ସର୍ବୋତ୍ତମ ବିକାଶରେ ମା'ର ଭୂମିକା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ମନର ପରିଭାଷାକୁ କେବଳ ମା' ହିଁ ଠିକ ରୂପେ ପଢିପାରେ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଦୁଇ ମହିୟସୀ ମାଆ ସୁରମା ଦେବୀ ଓ ତରଙ୍ଗବାଳା ବେଉରାଙ୍କୁ "ମାତୃ ସମ୍ମାନ"ରେ ସମ୍ମାନିତ କରାଯିବା ସହ ଅତିଥି ଦ୍ବୟଙ୍କୁ ଉତ୍ତରୀୟ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବରୁ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର, ସୁଶ୍ରୀ ସଂଘମିତ୍ରା ରଥ, ପ୍ରତିମା ପ୍ରଧାନ, ନଳିନୀ ପ୍ରଭା ପଣ୍ଡା, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ଶିକ୍ଷାବିତ ଭାଗିରଥି ପରିଡା,ଶରତକୁମାର ପଣ୍ଡା, ସୁରେନ୍ଦ୍ର ସୁବୁଦ୍ଧି, ଉପେନ୍ଦ୍ର ନାଥ ସାହୁ,ରାମଚନ୍ଦ୍ର ସାହୁ, ବ୍ରଜବନ୍ଧୁ ପଣ୍ଡା, ରଶ୍ମି ରଂଜନ ବେହେରା, ଭାଗବତ ମହାପାତ୍ର,ସୋମନାଥ ସାହୁ,ମୁରଲୀଧର ପାଣିଗ୍ରାହୀ ,ବସନ୍ତ କୁମାର ହୋତା,ଗଙ୍ଗାଧର ଓଝା ,ନରୋତ୍ତମ ବେହେରା ,ଜଗଦୀଶ ଚନ୍ଦ୍ର ପାତ୍ର ,ସୂର୍ଯ୍ୟକାନ୍ତ ମହାପାତ୍ର, ଶିବ କୁମାର ମୁନୀ,ଦେବଦତ୍ତ ରଥ, ଶ୍ରୀକୁମାର ସାହୁ,ମନୋଜ କୁମାର ମହାପାତ୍ର,ମୁରଲୀବେହେରା ,ଶୁସାନ୍ତ କୁମାର ରାୟ,ସୋମନାଥ ସାହୁ, ପ୍ରଦୀପ ତ୍ରିପାଠୀ, ଲାଲା ବିରେନ ରାୟ, ରମେଶ ଚନ୍ଦ୍ର ସାହୁ,ଦେବାଶିଷ ସାହୁ,ବନ୍ଦିତା ରାଣୀ ଦାସ, ଶର୍ମିଷ୍ଠା ରଥ,ସୁନିତା ରଥ, ସବିତା ସାହୁ ,ଜୁଲି ପଟ୍ଟନାୟକ,କମଳିନୀ ସେନା ପତି, ରେବତୀ ସାହୁ,ସଂଯୁକ୍ତା ପଟ୍ଟନାୟକ, ସୁଚିତ୍ରା ପଟ୍ଟନାୟକ, ମୋନାଲିସା ପଟ୍ଟନାୟକ , ଉତ୍କଳିକା ସାହୁ,ବାସନ୍ତୀ ପ୍ରଧାନ,ବାସନ୍ତୀ ସାହୁ, ସରୋଜିନୀ ସାହୁ, ଉମାରାଣୀ ପଟନାୟକ,ଭାରତୀ ବଳବନ୍ତ ରାୟ,ମମତା ପ୍ରଧାନ, ପଙ୍କଜିନୀ ସାହୁ, ମମତା ପ୍ରଧାନ,ଚାରୁଲତା ମହାନ୍ତି, ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଯୁବ କଣ୍ଠଶିଳ୍ପୀ ସଞ୍ଜୟ କୁମାର ପାଣିଗ୍ରାହୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଆଦର୍ଶ କ୍ଲବ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।