ସ୍ଥାନୀୟ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତିି

ଖୋର୍ଦ୍ଧା : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଲୋଚନାରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇ ଖୁବଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବୈଠକରେ ଜିଲ୍ଲାପାଳ ଶ୍ରୀ ମହାନ୍ତି ସମିତିର ପ୍ରତିନିଧିଙ୍କ ଦାବି ଶୁଣିବା ପରେ ରାଜ୍ୟ ସରକାରଙ୍କୁ ସେମାନଙ୍କ ସମସ୍ୟା ସହ ଭୂଷଣ୍ଡପୁରରେ ଥିବା ଶରଣାର୍ଥୀ ପରିବାରଙ୍କ ଜମି ସମସ୍ୟା ସମ୍ପର୍କରେ ଜଣାଇ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାସହ କୁଣ୍ଡାକୁଣ୍ଡି ପାହାଡ଼ରେ ଓଏମ୍ସି ଦ୍ୱାରା ପଥର ଉତ୍ତୋଳନରେ ସମସ୍ୟା ସୃଷ୍ଟି ନ କରିବାକୁ ପରାମର୍ଶ ଦେଇଥିଲେ ।

ଆଜି ସାକ୍ଷାତ କରିବା ପରେ ସମିତିର ପ୍ରତିନିଧି କହିଥିଲେ ଯେ ନରଣଗଡ଼ରେ ଶ୍ରୀଜଗନ୍ନାଥଙ୍କ ଭୋଗ ଜମି ଦଖଲ କରିଥିବା ଲୋକଙ୍କ ଜମିପଟ୍ଟା ଏଯାଏଁ ରାଜ୍ୟ ସରକାରଙ୍କ ଅଧୀନକୁ ଆସିନଥିବା ଓ ପଟ୍ଟାରେ ଶ୍ରୀଜଗନ୍ନାଥ ଜମିଦାର ଥିବାରୁ ସେମାନେ ଋଣ, ବିକାକିଣା ଆଦିରେ ଅନେକ ସମସ୍ୟା ସୃ୍ଷ୍ଟି ହେଉଛି । ଏ ନେଇ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତି ପକ୍ଷରୁ ଗତ ୪ ମାସ ଧରି ବିଭିନ୍ନ ସମୟରେ ଆନେ୍ଦାଳନ, ବିକ୍ଷୋଭ ଆଦି ପ୍ରଦର୍ଶନ କରାଯାଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ତରଫରୁ ଶ୍ରୀମନ୍ଦିର ପରିଚାଳକ ଖେୱାଟ୍ ନମ୍ବର ଏଖରାଜତମାହାଲରେ ୧୫୨ଖଣ୍ଡ ଗାଁ ଥିଲା । ୧୯୬୨ରେ ଏହା ମଧ୍ୟରୁ ୧୨୦ଟି ଗ୍ରାମର ରେକର୍ଡ ସଂଶୋଧନ ହୋଇ ରାଜ୍ୟ ସରକାରଙ୍କ ମାର୍ଫତ ପରିବର୍ତିତ ହୋଇଥିଲା । ବର୍ତମାନ ୩୨ଟି ରାଜସ୍ୱ ଗ୍ରାମରେ ଏହି ସମସ୍ୟା ରହିଛି ।

ସମ୍ବନ୍ଧିତ ଖବର