ଦୁର୍ଲ୍ଲଭା ଦେବୀ ମନ୍ଦିରରେ ସ୍ବପ୍ନେଶ୍ବର ଦେବଙ୍କ ନୂତନ ବିଗ୍ରହ ସ୍ଥାପନ

ବାଲିଅନ୍ତା : ବାଳକାଟି ସ୍ଥିତ ମା’ ଦୁର୍ଲ୍ଲଭା ଦେବୀ ମନ୍ଦିରରେ ଦୀର୍ଘ ୧ ବର୍ଷ ଧରି ସ୍ବପ୍ନେଶ୍ବର ଦେବଙ୍କ ଆସ୍ଥାନ ଖାଲିପଡ଼ିବା ପରେ ଆଜି ଉକ୍ତ ଆସ୍ଥାନରେ ନୂତନ ଦୁର୍ଲ୍ଲ ସ୍ବପ୍ନେଶ୍ବର ଦେବଙ୍କ ବିଗ୍ରହ ସ୍ଥାପନ ହୋଇଛି । ପ୍ରଭୁ ଚନ୍ଦ୍ରଶେଖର ଏବଂ ଦେବୀ ପାର୍ବତୀଙ୍କ ଅଷ୍ଟଧାତୁ ପ୍ରତିମୂର୍ତ୍ତି ସିଂହାସନରେ ବିରାଜମାନ କରିଛନ୍ତି । ଚଳନ୍ତି ବିଗ୍ରହ ଚନ୍ଦ୍ରଶେଖର ମୂର୍ତ୍ତିର ଉଚ୍ଚତା ୧୬ ଇଞ୍ଚ ଏବଂ ପାର୍ବତୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୧୪ ଇଞ୍ଚ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ପଣସପାଟଣା ସ୍ଥିତ ବିଜେସ୍ଥଳୀ  ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି ଯାଇଥିଲା । ଏହାପରେ ନୂତନ ପ୍ରତିମୂର୍ତ୍ତି କିଣାଯାଇ ଦୁର୍ଲ୍ଲଭା ଦେବୀଙ୍କ ମନ୍ଦିରରେ ସ୍ବତନ୍ତ୍ର ଭାବେ ପୂଜା ପାଉଥିଲେ । ମନ୍ଦିରରେ ମୂର୍ତ୍ତି ସ୍ଥାପନକୁ ନେଇ ମନୋମାଳିନ୍ୟ ଦେଖାଦେଇଥିଲା । ତା’ପରେ ଆଉ ସ୍ବପ୍ନେଶ୍ବର ଦେବ ମନ୍ଦିରକୁ ପ୍ରବେଶ କରିପାରି ନଥିଲେ । ଗଲା ବର୍ଷ ବିବାଦ ସମାଧାନ ହେବା ପରେ ସ୍ବପ୍ନେଶ୍ବର ଏବଂ ମା’ ପାର୍ବତୀ ମନ୍ଦିର ସିଂହାସନରେ ବିରାଜମାନ ହୋଇଥିଲେ । ସେବେଠାରୁ ଦୁଲ୍ଲା ଦେବୀ ମନ୍ଦିର ଆସ୍ଥାନ ଶୂନ୍ୟ ରହିଥିଲା । ନୂତନ ବିଗ୍ରହ ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ ଅବସରରେ ଆଜି ଦିନ ତମାମ ମନ୍ଦିର ପରିସର ଉତ୍ସବମୁଖର ହୋଇପଡ଼ିଥିଲା । ଏନେଇ ସ୍ବତନ୍ତ୍ର ପୂଜାନୀତି ସଂପନ୍ନ ହୋଇଥିଲା । ଅପରାହ୍ନ ୪ ଘଟିବା ସମୟରେ ଅଙ୍କୁରାରୋପଣ , କୁମ୍ଭାଭିଶେକ , ସୂର୍ଯ୍ୟପୂଜା , ଧେନୁପୂଜା ଓ ମହାସ୍ନାନ ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା । ଦିନ ୧ .୩୦ ମିନିଟ ସମୟରେ ସମବେତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ହୋମଯଜ୍ଞର ପୂର୍ଣ୍ଣାହୁତି ଏବଂ ପ୍ରାଣ ପ୍ରତିଷ୍ଠା ପରେ ସଂଧ୍ୟା ସୁଦ୍ଧା ସିଂହାସନରେ ବିଗ୍ରହ ସ୍ଥାପନ ହୋଇଥିଲା ।

ସମ୍ବନ୍ଧିତ ଖବର