ବାଲିଅନ୍ତା : ଡଙ୍ଗା ଭସାଇବା ବେଳେ ଭାସିଗଲେ ବୃଦ୍ଧା

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମ ପାଇକ ସାହିର କାଙ୍ଗାଳି ସାହୁଙ୍କ ପତ୍ନୀ ଶାନ୍ତି ସାହୁ(୭୦) ଆଜି ଭୋର ସମୟରେ କୁଶଭଦ୍ରା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି । ସେ ଏକାକୀ ଗାଧୋଇବାକୁ ଯାଇଥିବାରୁ ବୁଡ଼ିଗଲା ‌ସମୟରେ କେହି କିଛି ଜାଣିପାରିନଥିଲେ । ଶାନ୍ତି ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ନଦୀଘାଟରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଶାନ୍ତି ପ୍ରତିଦିନ ଭଳି ଆଜି କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ଡଙ୍ଗା ଭସାଇବା ଲାଗି ହାତରେ କଦଳୀ ପାଟୁଙ୍ଗା ଡଙ୍ଗା ଧରି ନଦୀକୂଳରେ ପହଞ୍ଚିଥିଲେ । ଉପରେ ଡଙ୍ଗା ଥୋଇ ଗାଧୋଇବାକୁ ପାଣି ଭିତରେ ପଶିଥିଲେ । ହେଲେ  ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ । ପରିବାର ଲୋକ ନଦୀକୂଳରେ ପହଞ୍ଚି ଉପରେ ଥୁଆ ହୋଇଥିବା ଡଙ୍ଗାକୁ ଦେଖି ସନ୍ଦେହ ହୋଇଥିଲା । ଆଉ ସେଠାରେ ଖୋଜାଖୋଜି କରିବାରେ ତାଙ୍କ ମୃତଦେହ ମିଳିଥିଲା । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର