ବାଇକ ପୋଡ଼ି ମାମଲାରେ ଜଣେ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଏକ ବାଇକ ପୋଡ଼ି ମାମଲାରେ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ବାଳକାଟି ଫାଣ୍ଡି ଅଞ୍ଚଳର ଅଭିନାଶ ଜେନା (୨୬) । ତେବେ କୋର୍ଟରେ  ଅଭିନାଶକୁ ଜାମିନ ମିଳିଥିବା ପୁଲିସ କହିଛି । ତେବେ ମାମଲାରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଏବ‌େ ସୁଦ୍ଧା‌ ଫେରାର ଥିବା ପୁଲିସ କହିଛି ।

ବାଇକ ପୋଡ଼ି ସଂପର୍କରେ ଚାରିମାଣିଆ ଗ୍ରାମର ରାଜେନ୍ଦ୍ର ସାହୁ (ରାଜା) ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ନଂ ୪୭/୨୧ ରେ ମାମଲା ରୁଜୁ ହୋଇଥିଲା । ସିସି ଟିଭି ଆଧାରରେ ପୁଲିସ ଅଭିନାଶକୁ ଗିରଫ କରିଥିଲେ ହେଁ ଅନ୍ୟ ଜଣକୁ ଏଯାଏ ଗିରଫ କରିପାରିନି । ପ୍ରାପ୍ତ ସୂଚନା ମୁତାବକ ରାଜେନ୍ଦ୍ର ଗତ ୨୦ ତାରିଖ ବିଳମ୍ବିତ ରାତିରେ ନିଜର ବୁଲେଟ ଘର ସମ୍ମୁଖରେ ରଖିଥିଲେ । ହେଲେ ବିଳମ୍ବିତ ରାତିରେ ଅଭିଯୁକ୍ତ ଦ୍ବୟ ପେଟ୍ରୋଲ ପକାଇ ଗାଡ଼ି ଜାଳି ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ଜାରକିନ ଓ ଦିଆସିଲି ମୁଠା ଜବତ କରିଥିଲା ।

ସମ୍ବନ୍ଧିତ ଖବର