ଖୋର୍ଦ୍ଧା: ବଜ୍ରାଘାତରେ ଶୁକ୍ରବାର ଜଣେ କାଜୁ ଚାଷୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୋଚିଆଖାଲ ଆଦିବାସୀ ସାହିର ଚାଷୀ ଦିଲୀପ ସାମନ୍ତରାୟ ନିଜ କାଜୁ ବଗିଚାରେ କାମ କରୁଥିଲେ। ପୂର୍ବାହ୍ନ ୧୦ଟା ୩୦ରେ ବଜ୍ରାଘାତ ହେବାରୁ ଦିଲୀପ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଦିଲୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିଭଳି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦଣ୍ଡବସ୍ତ ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି।

Advertisment

publive-image

କେନ୍ଦ୍ରାପଡ଼ାରେ ବଜ୍ରପାତ ନେଲା ୨ ଜୀବନ

କେନ୍ଦ୍ରାପଡ଼ା ତନାର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଦୁଇଜଣ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ନାମ ସୁଧାଂଶୁ ଗାହାଣ, ହିମାଂଶୁ ଗାହାଣ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ସୁଧାଂଶୁ ଓ ହିମାଂଶୁ କେନ୍ଦ୍ରାପଡ଼ା ତନାର ଗ୍ରାମରେ ବସବାସ କରନ୍ତି। ଆଜି ସୁଧାଂଶୁ ଓ ହିମାଂଶୁଙ୍କ ସହିତ ଅନ୍ୟ ଦୁଇଜଣ ସାଙ୍ଗ ଭୋଜିଭାତ କରୁଥିଲେ। ଏହି ସମୟରେ ହଠାତ୍‌ ବିଜୁଳି ମାରିଥିଲା। ଫଳରେ ସୁଧାଂଶୁ ଓ ହିମାଂଶୁ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ଦୁହିଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।