ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ, ଯୁବକ ମୃତ

ଖୋର୍ଦ୍ଧା: ଟାଉନ୍‌ ଥାନା ଅନ୍ତର୍ଗତ ବୋଡ଼ି ପୋଖରି ନିକଟସ୍ଥ ଧୋବାସାହିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ କୁମାର ସେଠୀ(୩୨)ଙ୍କୁ ହତ୍ୟା କରାଯାଇ ଥିବା ପୁଲିସ କହିଛି। ବୈରାଗୀ ସେଠୀ ଓ ରାଜକିଶୋର ସେଠୀ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଅନେକ ଦିନରୁ ବିବାଦ ଲାଗି ରହିଥିଲା। ଏହି ଘଟଣା ଆଜି ଅପରାହ୍ନ ୩.୩୦ରେ ଉଗ୍ର ରୂପ ନେଇଥିଲା। ବୈରାଗୀଙ୍କ ପୁଅ-ଝିଅ ବିଜୟ ସେଠୀ, ସଞ୍ଜୟ ସେଠୀ ଓ ଜୟନ୍ତୀ ସେଠୀ ଆକ୍ରମଣ କରିଥିଲେ। ଘଟଣା ପରେ ପ୍ରଶାନ୍ତଙ୍କୁ ପରିବାରର ସଦସ୍ୟଙ୍କ ଦ୍ୱାରା ଖୋର୍ଦ୍ଧା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣଶ କରିଥିଲେ। ଏ ନେଇ ପ୍ରଶାନ୍ତର ଜଣେ ଦାଦା ବସନ୍ତ ସେଠୀ ଥାନାରେ ଅଭିଯୋଗ ଆଣିଛନ୍ତି।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ସ୍ପଷ୍ଟ ହେବ। ପୁଲିସ ଏ ନେଇ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ୩୩/୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ପ୍ରଶାନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟ୍‌ ଡୋର ଟିକେଟ କାଉଣ୍ଟରରେ କାର୍ଯ୍ୟରତ ଥିଲେ। ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର