ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀଙ୍କୁ କୋଭିଡ୍ ଟିକା ପାଇଁ ଓଷ୍ଟାର ଦାବି

ଖୋର୍ଦ୍ଧା: କରୋନା ମହାମାରୀ ସମୟରେ ଶିକ୍ଷକମାନେ ସରକାରଙ୍କ  ନିର୍ଦ୍ଦେଶମତେ ଯୋଗ ଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ କରୋନା ସଂକ୍ରମଣରେ ଦେହାନ୍ତ ଘଟିଛି । ତଥାପି ଆଜି ଯାଏଁ ରାଜ୍ୟ ସରକାର ଶିକ୍ଷକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିନାହାନ୍ତି । ଏଣୁ ଖୁବ୍ ଶୀଘ୍ର ଶିକ୍ଷକଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରତିଷେଧକ ଟିକା ପ୍ରଦାନ କରିବାକୁ ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି ।
ସରକାରଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଓଷ୍ଟା ପକ୍ଷରୁ ଦର୍ଶାଯାଇଛି ଯେ ସରକାରଙ୍କ ନିଦେ୍ର୍ଦଶ ମୁତାବକ ରେଳଷ୍ଟେସନରେ ପ୍ରବାସୀଙ୍କ ପଂଜୀକରଣ, ଘର ଘର ବୁଲିସ ବହି ଓ ମଧ୍ୟାହ୍ଣ ଭୋଜନ ବଂଟନ, କୋଭିଡ୍ କେୟାର୍ କେନ୍ଦ୍ରରେ ତଦାରଖ ସହ ୧୦ମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ କରୁଛନ୍ତି । ଶିକ୍ଷକଙ୍କୁ କରୋନା ଯୋଦ୍ଧା ସୂଚୀରେ ସାମିଲ କରିବାକୁ ଅନେକଥର ସଂଘ ପକ୍ଷରୁ ଲିଖିତ ଭାବେ ଅନୁରୋଧ କରାଯାଇଛି, କିନ୍ତୁ ଏଥିପ୍ରତି ସରକାର କୌଣସି ଦୃଷ୍ଟି ଦେଇନାହାନ୍ତି । ଏହା ସହ ସେମାନଙ୍କୁ ସ୍ୱତନ୍ତ୍ରତା ଭିତ୍ତିରେ ଟିକାକରଣ ଓ ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉ । ଏହି ସ୍ମାରକପତ୍ରରେ ଓଷ୍ଟା ଖୋର୍ଦ୍ଧା ଜିଲ୍ଲାର ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ ଦାଶ, ସମ୍ପାଦକ ମଧୁସୂଦନ ଦେ, ସହସମ୍ପାଦକ ରମାକାନ୍ତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର ଓ ଉପେନ୍ଦ୍ର ଦାଶ ପ୍ରମୁଖ ସ୍ୱାକ୍ଷର କରିବା ସହ ଦାବି ରଖିଛନ୍ତି ।

ସମ୍ବନ୍ଧିତ ଖବର