ଖୋର୍ଦ୍ଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ ହେଲା ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଆଜି ଠାରୁ ତିନି ଦିନିଆ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଜି ସକାଳ ୮ଟାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ କହିଛନ୍ତି ଯେ ଆଜି ଓ ଆସନ୍ତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନରେ ଜିଲ୍ଲର ନିର୍ଦ୍ଧାରିତ ୬୨୦ ବୁଥରେ ନବଜାତ ଶିଶୁଙ୍କ ଠାରୁ ୨ ବର୍ଷର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ।

Sambad

ଯେଉଁମାନେ ଏହି ଦିନ ପୋଲିଓ ବୁନ୍ଦା ନେଇପାରିନଥିବେ, ସେମାନଙ୍କୁ ୨୮ ଓ ମାର୍ଚ୍ଚ ୧ ତାରିଖରେ ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀ ଓ ସହାୟିକାମାନେ ଘରଘର ବୁଲି ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବେ। ଏଥିପାଇଁ ୨୬୦୦ ଜଣ ପ୍ରଶିକ୍ଷିତ କର୍ମଚାରୀ ନିୟୋଜିତ ହୋଇଛନ୍ତ ଓ ୧୭ ହଜାର ଟୀକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍ଓ (ପରିବାର କଲ୍ୟାଣ) ଡଃ. ରଘୁନାଥ ନାୟକ, ସୂଚନା ଅଧିକାରୀ ପ୍ରସନ୍ନ ମହାପାତ୍ର, ହସ୍ପିଟାଲ୍ ପରିଚାଳକ ଡଃ. ବିନାୟକ ପାଣିଗ୍ରାହୀ ଓ ଡଃ. ସଂଗୀତା ସ୍ୱାଇଁ, ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଭେକ୍ସିନେଟର କାଦମ୍ବରୀ ତ୍ରିପାଠୀ ଶିଶୁଙ୍କୁ ଟୀକା ଦେଇଥିଲେ।

ସମ୍ବନ୍ଧିତ ଖବର