ପ୍ରାର୍ଥନା ଗୃହ ଭୁଶୁଡ଼ିବା ଘଟଣା

ବିଡିଓ, ଜେଇଙ୍କ ତଦନ୍ତ ଆରମ୍ଭ

ନିରାକାରପୁର: ରାମେଶ୍ୱର ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମରେ ନିର୍ମାଣାଧୀନ ପ୍ରାର୍ଥନା ଗୃହ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଟାଙ୍ଗୀ ବିଡିଓ ଭାସ୍କର ରଇତ ଓ ବ୍ଲକ ଜେଇ ଅଶୋକ କୁମାର ନନ୍ଦ ଆଜି ଘଟଣାସ୍ଥଳ ପରିଦର୍ଶନ କରି ଏହାର ତଦନ୍ତ କରିଥିଲେ। ବିଡିଓ ଶ୍ରୀ ରଇତଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଲେ, କେଉଁ ପରିସ୍ଥିତିରେ ଗୃହର ତାଜାଟି ଭୁଶୁଡ଼ିଲା, ତାହାର ତଦନ୍ତ କରାଯାଉଛି। ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ବିଧାୟକଙ୍କ ପାଣ୍ଠିରୁ ଦେଢ଼ ଲକ୍ଷ ଟଙ୍କା ବିନିମୟରେ ଆରାଧ୍ୟ ଠାକୁରାଣୀ ମା’ ପାଦୁକାଇଙ୍କ ପୀଠରେ ଏହି ପ୍ରାର୍ଥନା ଗୃହ ନିର୍ମାଣ ହେଉଥିଲା। ତେବେ ଗତ ୨୨ତାରିଖ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ନିର୍ମାଣାଧୀନ ଗୃହର ତାଜାଟି ଭୁଶୁଡ଼ି ପଡ଼ିଥିଲା। ନିମ୍ନାମାନର କାମ ଯୋଗୁଁ ଏପରି ହେଲା ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ସହ ଏନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର