ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗଠନର ୨୫ ବର୍ଷ ବା ରୌପ୍ୟ ଜୟନ୍ତୀ ପାଳନ କରାଯିବା ପୂର୍ବରୁ ରବିବାର ସକାଳେ ଖୋର୍ଦ୍ଧା ସହରରେ ଏକ ରାହଗିରି ଆୟୋଜନ କରାଯାଇଥିଲା।

Advertisment

ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଦଯାତ୍ରାରେ ହଜାରରୁ ଅଧିକ ଜନସମାଗମ ହୋଇଥିଲା। ଏଥିରେ ମେଲୋଡି, ଘୋଡ଼ାନାଚ, ବୃକ୍ଷରୋପଣ ଓ ପରିବେଶ ସଚେତନତା ରାଲି ଆଦି ଅନୁଷ୍ଠିତ ହୋଇଥିଲା।

ସକାଳ ଆଠଟାରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାନଟନ କରିଥିଲେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲା ପରିଷଦ୍‌ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଉପଜିଲ୍ଲାପାଳ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।