ବାଲିପାଟଣା: ଖୋର୍ଦ୍ଧା ବନବିଭାଗ ବାଲିପାଟଣା ବନାଞ୍ଚଳ ଅଧୀନ ୨ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଭୁବନେଶ୍ୱର ବନ ବିଭାଗ ଭିଜିଲାନ୍ସ ଓ ବାଲିପାଟଣା ବନାଞ୍ଚଳ ମିଳିତ ଚଢ଼ାଉ କରୁଛନ୍ତି। ମଝିହରା ପଞ୍ଚାୟତ ଧାନହରା ଓ ପମ୍ପାଲୋ ପଞ୍ଚାୟତ ଚଣାହଟ୍ଟା ନିକଟ କୁଳନ୍ତିରା ଶାସନ କରତ କଳ ଉପରେ ଏହି ଚଢ଼ାଉ ହେଉଛି। ଭିଜିଲାନ୍ସ ଏସିଏଫ ସାଧନା ପ୍ରିୟଦର୍ଶନୀ, ଖୋର୍ଦ୍ଧା ଏସିଏଫ ଅସିତ କୁମାର ମିଶ୍ର , ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତି ଏହି ଚଢ଼ାଉ ସ୍ଥାନରେ ଉପସ୍ଥିତ ଅଛନ୍ତି। ପୁଲିସ ଫୋର୍ସ ଏବଂ ବାଲିପାଟଣା ବନ ବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଗ୍ୟାସ କଟରରେ କରତ କଳରେ ବ୍ୟବହୃତ ସାମଗ୍ରୀ କଟା ଯାଉଛି।
ପ୍ରକାଶ ଥାଉ କି ଗତ ଜୁନ ମାସରେ ସରିପୁର ଓ ଡେଙ୍ଗ କରତ କଳ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଥିଲା ବନ ବିଭାଗ।
ବାଲିପାଟଣା ବନାଞ୍ଚଳ ଅଧୀନସ୍ଥ ୨ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ
/sambad/media/post_attachments/wp-content/uploads/2022/07/95f470cb-80d4-49ae-a62e-26fca7df40cb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)