ଖୋର୍ଦ୍ଧା: ବୋଲଗଡ ବ୍ଳକ ଅନ୍ତର୍ଗତ ସାନପଦର ଓଭରବ୍ରିଜ୍‌ ଠାରେ ରେଳପଥ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ତରଫରୁ ରେଳରୋକୋ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ୨୫ ଟି ପରିବାରକୁ କମ୍‌ ପରିମାଣର କ୍ଷତିପୂରଣ ଦେଇ ଚୁପ ବସିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀମାନେ ଗୁରୁବାର ୪ ଦଫା ଦାବି ନେଇ ରେଳପଥ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ତରଫରୁ ରେଳରୋକୋ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

୨୫ ପରିବାରକୁ ପ୍ରତ୍ୟେକ ୧୦ ଲକ୍ଷ କ୍ଷତିପୂରଣ ଓ କ୍ଷତିଗ୍ରସ୍ତକୁ ସରକାରୀ ଜାଗା ଓ ଘର ପ୍ରଦାନ ୩ ଓଭରବ୍ରିଜ୍‌ ର୍ନିମାଣ ବନ୍ଦ ସହ ପୂର୍ବପରି ଚେକଗେଟ୍‌ ଚାଲୁ ରଖିବା ପାଇଁ ସ୍ଥାୟୀ ପ୍ରଦକ୍ଷେପ ପାଇଁ ଯତିଗ୍ରସ୍ତ ମଞ୍ଚ ଦାବି କରିଛନ୍ତି। କ୍ଷତିଗ୍ରସ୍ତ ମଞ୍ଚ ସହ ବେଗୁନିଆ ଥାନା ଅଧିକାରୀ ବୋଲଗଡ ତହସିଲଦାର ଓ ଜଟଣୀ ରେଳ ବିଭାଗ ପୋଲିସ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।