ରାଜପଥ ଲୁଟେରା ଗିରଫ:ମାରଣାସ୍ତ୍ର, ସ୍କର୍ପିଓ ଜବତ

ଟାଙ୍ଗୀ: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଏକ ନିତିଦିନିଆ ଘଟଣା ହୋଇଯାଇଛି। ତେବେ ଗତକାଲି ଚାନ୍ଦପୁର ଥାନା ଆଇଆଇସିଙ୍କ ଉଦ୍ୟମରେ ୬ ଜଣ ଜାତୀୟ ରାଜପଥ ଲୁଟେରା ଧରା ପଡ଼ିଛନ୍ତି। ସେମାନେ ହେଲେ ମୟୁରଭଞ ଜିଲ୍ଲା ଠାକୁରମୁଣ୍ତାର ସନ୍ଦିପ ମହାନ୍ତି, କଟକ ବାଦାମବାଡିର ରୋହିତ ମହାନ୍ତି, ଖୋର୍ଧା ଜିଲ୍ଲା ଚନ୍ଦକାର ବଳରାମ ବେହେରା ଓ ଲିପୁ ଓରଫ୍ ସ୍ବସ୍ତି ସୁମନ ବେହେରା, ନୟାଗଡ ଜିଲ୍ଲା ଚାନ୍ଦପୁରର ସୁନିଲ କୁମାର ବେହେରା ଓ ମାନସ ମଲ୍ଲିକ। ଏମାନଙ୍କୁ ପୁଲିସ ଗିରଫ କରିଥିବାବେଳେ ଏକ ଚୋରା ସ୍କର୍ପିଓ (ଓଡି.୦୨.ଏଟି–୨୨୨୦)କୁ ଜବତ କରିଛି। ସୂଚନାଯୋଗ୍ୟ ଗତ୧୬ତାରିଖରେ ଚାନ୍ଦପୁର ମହିଳା ମହାବିଦ୍ୟାଳୟ ନିକଟରୁ ୬୪ ହଜାର ଟଙ୍କା ଲୁଟ୍‌ ଘଟଣା ପରେ ଉପରୋକ୍ତ ଡକାୟତମାନେ ପୁଲିସ୍‌ ଆଖିରେ ଧୂଳିଦେଇ ଚାନ୍ଦପୁର ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍‌ ପାଇଁ ଚମ୍ପାଗଡ଼ ନିକଟରେ ସଜବାଜ ହେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଚାନ୍ଦପୁର ଆଇଆଇସି ସଦଳବଳେ ଚମ୍ପାଗଡ ଓସ୍ତପଡା ଯିବା ରାସ୍ତାର କାଜୁ ଜଙ୍ଗଲ ମଧ୍ୟରୁ ଏହି ୬ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସହିତ ସ୍କପିଓ ଗାଡ଼ିଟିକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର