ନିରାକାରପୁର: ଜଙ୍ଗଲ ଭିତରେ ଥିବା ଏକ ଘଞ୍ଚ ବୁଦା ମୂଳରୁ ମୁମୁର୍ଷୁ ଅବସ୍ଥାରେ ମଙ୍ଗଳବାର ଅପରାହ୍ନରେ ଉଦ୍ଧାର ହୋଇଥିବା ଯୁବତୀଙ୍କ ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୁଟ ପାହାଡ ନିକଟ ଏକ ମାଙ୍କଡାପଥର ଖଣି ପାଖରେ ଥିବା ବୁଦାରୁ ଜଣେ ଯୁବତୀ(୨୦ରୁ ୨୨ ବର୍ଷ) ହେବ ଉଦ୍ଧାର ହୋଇଥିଲେ। ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ପ୍ରଥମେ ସେମାନେ ଯୁବତୀଙ୍କ ଦୟନୀୟ ଅବସ୍ଥା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି।
ପୁଲିସ କହିଛି, ଯୁବତୀର କେବଳ ଡାହାଣ ଆଖି ଥିବା ବେଳେ ମୁହଁକୁ ଅଭିଯୁକ୍ତମାନେ କ୍ଷତବିକ୍ଷତ କରିଛନ୍ତି। ଘଟଣାସ୍ଥଳରୁ ଯୁବତୀଙ୍କ ଏକ ଓଢ଼ଣୀ ଓ ରକ୍ତ ଜୁଡୁବୁଡୁ ପଥର ଜବତ ହୋଇଛି। ଯାହା ଅନୁମାନ କରାଯାଉଛି ଯୁବତୀଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି। ପରେ ପୁଣି ହତ୍ୟା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ବାରମ୍ବାର ପଥର କଚଡ଼ା ଯାଇଛି। ଯୁବତୀ କାଳେ ମରିଗଲା ଭାବି ଅଭିଯୁକ୍ତମାନେ ଫେରାର ହୋଇ ଥାଇ ପାରନ୍ତି। ମାତ୍ର ଘଟଣାର କିଛି ସମୟ ପରେ ଯୁବତୀ ସାମାନ୍ୟ ଚେତା ପାଇଥାରେ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/dead-karnataka_thinkstock_759-1-620x330.jpg)