ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗର ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟାରେ ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ମହୋତ୍ସବ ପଡିଆ ଠାରେ କିଛି ଦୁର୍ବୃତ୍ତ ଏକଯୁଟ ହୋଇ ପରିବା ଟ୍ରକ ଲୁଟ କରିବାକୁ ଯୋଜନା କରୁଥିଲେ। ଏହି ସମୟରେ ପୁଲିସ ପାଟ୍ରୋଲିଂ ଗାଡ଼ି ସୂଚନା ପାଇ ଚଢ଼ଉ କରିଥିଲା। ଏଥିରେ ଗୁରୁଜଙ୍ଗର କପିଳ ସୁନ୍ଦରାୟ (୩୨), ପ୍ରଭାତ ନାୟକ (୩୨), ବଳଭଦ୍ର ବେହେରା (୩୦), ଓକେଶ କୁମାର ବେହେରା (୨୮), ମୁକୁନ୍ଦ ପ୍ରସାଦ ର ଆଦିବ ଖାଁ (୩୧), ମହଦିନ ଖାଁ (୩୧) ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଲୁହା ରଡ଼ ଆଦି ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ଆଇପିସି ଦଫା ୩୯୪, ୪୦୨, ୨୫ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଇନରେ ୩୯୬/୨୦୨୦ରେ ମାମଲା ରୁଜୁ କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା ବୋଲି ଥାନାଧିକାରୀ ଉମାଶଙ୍କର ସିଂହ ସୂଚନା ଦେଇଛନ୍ତି।
ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ
/sambad/media/post_attachments/wp-content/uploads/2020/11/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)