ଖୋର୍ଦ୍ଧା: ଟାଉନ ଥାନା ପୁଲିସ ଅନ୍ତର୍ଗତ ସାଆନ୍ତରାପୁରସ୍ଥିତ ବନ୍ଧନ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ୫ଲକ୍ଷ ୯୬ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଅପରାହ୍ନରେ ୪ଜଣ ଦୁର୍ବୃତ୍ତମାନେ ବ୍ୟାଙ୍କକୁ ଅଚାନକ ପହଞ୍ଚି ଥିଲେ। ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପ୍ରଥମେ ଭୟଭୀତ କରାଇ ଦେଇଥିଲେ। ପରେ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସିସିଟିଭି କ୍ୟାମେରାର ତଦନ୍ତକୁ କରି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଦେଇଛି।
ଖୋର୍ଦ୍ଧା: ବନ୍ଧନ ବ୍ୟାଙ୍କରୁ ୫.୯୬ ଲକ୍ଷ ଟଙ୍କା ଲୁଟ
/sambad/media/post_attachments/wp-content/uploads/2017/12/khordha-2.jpg)