ଖୋର୍ଦ୍ଧା: ଦିନ ଦ୍ୱିପ୍ରହରରେ ୬୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକର ବେଗୁନିଆ ଥାନା ଅଞ୍ଚଳରେ ଗୁରୁବାର ଦିନ ଦ୍ୱିପ୍ରହରରେ ୬୧ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଯୋଜନା ମୁତାବକ ଆସି ଆଜି ଅପରାହ୍ନ ୨ଟାରେ ଘରୋଇ କମ୍ପାନିର ୨ ଜଣ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଗେଡ଼ିଆପଲ୍ଲୀ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗୋଟିଏ ନାଲି ଓ ୨ଟି କଳା ପଲସର୍‌ରେ ଆସି ଘଟଣାସ୍ଥଳରେ ଯୋଜନାବଦ୍ଧ ଭାବରେ ପହଞ୍ଚି ଥିଲେ। ସେମାନେ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି।

ରିପୋର୍ଟ ଅନୁସାରେ ରେଜିଆଣ୍ଟ କ୍ୟାସ୍‌ ମ୍ୟାନେଜମେଣ୍ଟ ସର୍ଭିସ କର୍ମଚାରୀଙ୍କ ଠାରୁ ଏହି ଲୁଟ୍‌ ହୋଇଛି। କମ୍ପାନିର କର୍ମଚାରୀମାନେ କଟକ ଜିଲ୍ଲାର ନରସିଂହପୁର, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର କଳାପଥର ଅଞ୍ଚଳରେ ଥିବା ‘ଏଲ୍‌ ଆଣ୍ଡ ଟି’ କମ୍ପାନିରୁ ଟଙ୍କା ଅସୁଲି କରି ମାରୁତି ସୁଜୁକି (ଓଡି ୦୨ଏନ୍‌ଏ ୧୬୮୧)କୁ ଦୁର୍ବୃତ୍ତମାନେ ପାଇକରାପୁର ସ୍କୁଲ ସମ୍ମୁଖରେ ଟାର୍ଗେଟ କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡାପଡ଼ା ପଟରୁ ଆସି ଲୁଟ୍‌ ପରେ ଖୋର୍ଦ୍ଧା ଆଡକୁ ପଳାଇଥିଲେ ବୋଲି ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର