ଜଟଣୀ : ପରମାଣୁ ଶକ୍ତି ବିଭାଗର କାର୍ଯ୍ୟକ୍ରମ 'ବିଜ୍ଞାନ ପ୍ରତିଭା' କର୍ମଶାଳା ନାଇଜର୍ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାଇଜର୍ର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ତା ଉଦ୍ଘାଟନ କରିଥିଲେ। ବିଜ୍ଞାନ ଶିକ୍ଷାକୁ ଅଧିକ ଗବେଷଣାତ୍ମକ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ପରମାଣୁ ଶକ୍ତି ବିଭାଗର ଏହି କାର୍ଯ୍ୟକ୍ରମକୁ ନାଇଜର୍ ଏବଂ ପଦାର୍ଥ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ବରର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶାର ୧୦ଟି କେନ୍ଦ୍ରୀୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ଶିକ୍ଷକମାନଙ୍କୁ ବିଜ୍ଞାନ ଶିକ୍ଷାର ଗବେଷଣାତ୍ମକ ପ୍ରଣାଳୀକୁ ଆପଣେଇବା ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁମ୍ବାଇସ୍ଥିତ ହୋମିଭାବା ବିଜ୍ଞାନ ଶିକ୍ଷାକେନ୍ଦ୍ରର ଅଭିଜ୍ଞ ପ୍ରଫେସର ଅଂକୁଶ ଗୁପ୍ତା ଏବଂ ପ୍ରଫେସର ରିମା ମଣି କହିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଉଟରିଚ୍ ପ୍ରୋଗ୍ରାମ୍ର ଅଧ୍ୟକ୍ଷା ଡ. ଦେବସ୍ମିତା ଆଲୋନେ। ଡ. ଶୁଭଙ୍କର ମିଶ୍ର, ଅରୁଣ କୁମାର, ଶାରଳାଶ୍ରିତ ମହାନ୍ତି ପ୍ରମୁଖ କାର୍ଯ୍ରକ୍ରମ ଆୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ।
ନାଇଜର୍ରେ ବିଜ୍ଞାନ ପ୍ରତିଭା କର୍ମଶାଳା
/sambad/media/post_attachments/wp-content/uploads/2019/03/JATNI-niser.jpg)