ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମାନପୁର ଗାଁ ନିକଟ ଧାନବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ବିଲରେ ପଡ଼ିଥିବା ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାପୁଲିକୁ ଜବତ କରିଛି।
କଟା ପାପୁଲି କାହାର ଓ କେଉଁଠୁ ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏପରିକି କୌଣସି ବ୍ୟକ୍ତିଙ୍କ ହାତକୁ କାଟି ଦୁର୍ବୃତ୍ତ ମାନେ ଫୋପାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।
ସେପଟେ ଜଙ୍କିଆ ଥାନା ଅଧିକାରୀ କହିଛନ୍ତି ଏହା ଛିଣ୍ଡା ହାତ ପାପୁଲି। ଏହାକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ନା କୌଣସି ହତ୍ୟାକାଣ୍ଡ ଘଟିଛି ସେ ନେଇ ତଦନ୍ତ ଚାଲିଛି ଓ ଏହାକୁ ଲାବ୍ରୋଟୋରିକୁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/sp-318204571-4ps2f8-thumbnail.jpg)