ଖୋର୍ଦ୍ଧା: ଟ୍ରେନ୍ ସାମ୍ନାକୁ ଆସି ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କର ଲାଇଭ୍ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଯୁବକଜଣକ କଣାସ ଗଡ଼ିଶାଗଦାର ସୌମ୍ୟ ରଞ୍ଜନ ପରିଡ଼ା ବୋଲି ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ସୌମ୍ୟରଞ୍ଜନ ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମରେ ଧୋକା ଖାଇଲା ପରେ ସେ ଲାଇଭ୍ ଭିଡିଓ କରି ଟ୍ରେନ୍ ସାମ୍ନାକୁ ଆସି ଆତ୍ମହତ୍ୟା କରିଛନ୍ତି। ସୌମ୍ୟରଞ୍ଜନ ମୃତ୍ୟୁ ପୂର୍ବରୁ ନିଜ ହାତ ନିଜେ କାଟିଛନ୍ତି। ହାତ କାଟିବା ପରେ ସେ ଘରଲୋକଙ୍କୁ ଫୋନ୍ କରିଥିଲେ। ଖବର ପାଇ ଆରପିଏଫ୍ ପୁଲିସ୍ ଘଟଣାସ୍ଥଳରୁ ସୌମ୍ୟରଞ୍ଜନ ପରିଡ଼ାଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।
ଟ୍ରେନ୍ ସାମ୍ନାକୁ ଆସି ଆତ୍ମହତ୍ୟା କଲେ ଯୁବକ: ଲାଇଭ୍ ଭିଡିଓ ଭାଇରାଲ୍
/sambad/media/post_attachments/wp-content/uploads/2022/02/rrrr-2.jpg)
/sambad/media/agency_attachments/2024-07-24t043029592z-sambad-original.webp)