ସ୍ବିଗି ଡେଲିଭରି ବଏ ଚିକୁନ ଅପହରଣ ଘଟଣାର ପର୍ଦ୍ଦାଫାସ : ପ୍ରେମ ପାଇଁ ନିଜେ ରଚିଥିଲା ମିଛ କାହାଣୀ

  ପତ୍ନୀଙ୍କ ପାଖକୁ ଭଏସ ମେସେଜ କରି ଯୁବତୀଙ୍କୁ ଧରି ଟ୍ରେନରେ  ପଳାଇ ଯାଇଥିଲା,

ଧଉଳି : ସ୍ବିଗି ଡେଲିଭରି ବଏ ଚିକୁନ ଓରଫ ପତିତପାବନ ପୃଷ୍ଟି (୨୬) ଅପହରଣ ଘଟଣା ଉପରୁ ପରଦା ହଟିଛି। ଘଟଣାର ୩ ଦିନ ପରେ କମିସନରେଟ ପୁଲିସ ରାଜ୍ୟ ବାରେ ଚିକୁନକୁ କାବୁ କରିବାରେ ସଫଳ ହୋଇଛି। ଚିକୁନଙ୍କ ସମେତ ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଏହି ଅପହରଣ ନାଟକ ପଛରେ ଥିବା କାହାଣୀର ପର୍ଦ୍ଦାଫାସ ହୋଇଛି।  ତ୍ରିକୋଣୀୟ ପ୍ରେମକୁ ସଫଳ କରିବା ନେଇ ନାୟକ ସାଜିଥିବା ଚିକୁନ ଏଭଳି କାଣ୍ଡ ନିଜେ ଭିଆଇଥିବା ଜଣାପଡ଼ିଛି। ଚିକିୁନ ଏକା ସାଙ୍ଗରେ କଲେଜରେ ପଢ଼ୁଥିବା ଦୁଇଜଣ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ବର୍ଷକ ତଳେ ଚିକୁନ  ଅହଲ୍ୟାଙ୍କୁ ବିବାହ କରିଥିଲେ। ବିବାହ ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଚିକୁନ ଏଠାରେ ରହୁଥିଲେ ମଧ୍ୟ ଗୋପ ଥାନା ବେଦପୁର ଗ୍ରାମରେ ରହୁଥିବା ତାଙ୍କ ସାଙ୍ଗଙ୍କ ସହ ପ୍ରେମ ସଂପର୍କ ଚାଲିଥିଲା।

ଅହଲ୍ୟା ଓ ତାଙ୍କ ‌ଘର ଲୋକ ଏହା ଜାଣିବା ପରେ ବିରୋଧ କରିଥିଲେ। ତେଣୁ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ  ବିଶ୍ବାସ ଜନ୍ମାଇବା ପାଇଁ ଚିକୁନ ଏଭଳି ମିଛ ନାଟକ ରଚିଥିଲା।   ଅହଲ୍ୟାଙ୍କ ମୋବାଇଲ ଫୋନକୁ ଧନ ମୋ ପେଟରେ ଛୁରା ଭୁସା ହୋଇଛି, ୪/୫ ଜଣ ଯୁବକ ମତେ ଡାଲା ଅଟୋରେ ପକାଇ ଅପହରଣ କରି ନେଉଛନ୍ତି , ଭାଇକୁ ଉତରା ନିକଟରେ ଥିବା ନଦୀବନ୍ଧ ନିକଟକୁ ପଠାଇବ ଲେଖି ଭଏସ ମେସେଜ ପଠାଇଥିଲା। ତା’ ପରେ ଟ୍ରେନରେ ଯୁବତୀଙ୍କ ସହ ରାଜ୍ୟ ବାହାରକୁ ପଳାଇଥିଲା। ହେଲେ ଚିକୁନର ଏହି ଯୋଜାନା ସଫଳ ହୋଇନଥିଲା। କମିସନରେଟ ପୁଲିସର ତନାଘନା ପରେ ମଧ୍ୟପ୍ରଦେଶ କାଟନି ଜିଆରପି ପୁଲିସ ହାତରେ ଧରାପଡ଼ି ଯାଇଥିଲା।
କଲେଜରେ ପଢ଼ୁଥିବା ବେଳେ ହୋଇଥିଲା ପ୍ରେମ

ମଲିଆତୁଠ ବାଲିକପିଳେଶ୍ବର ମନ୍ଦିରକୁ ଅହଲ୍ୟା ଯାଇଥିବା ବେଳେ ସେଠାରେ ଚିକୁନଙ୍କ ସହ ତାଙ୍କର ଦେଖା ହୋଇଥିଲା ଆଉ ପ୍ରଥମ ଦେଖାରେ ହିଁ ଉଭୟ ଚିକୁନ ଓ ଅହଲ୍ୟାଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଅହଲ୍ୟା ଗୋପ ଅଞ୍ଚଳରେ ଏକ କଲେଜରେ ଯୁକ୍ତ ଦୁଇ ପଢ଼ୁଥିଲେ। ତେଣୁ ତାଙ୍କୁ ଭେଟିବା ପାଇଁ ଚିକୁନ ଅନେକ ଥର ସେଠାକୁ ଯିବା ଆସିବା କରୁଥିଲେ। ଆଊ ୟ‌ାରି ଭିତରେ  ଅହଲ୍ୟାଙ୍କ ମାଧ୍ୟମରେ ତାଙ୍କ ବାନ୍ଧବୀଙ୍କ  ସହ ଚିହ୍ନା ପରିଚୟ ହୋଇଥିଲା। ଚିହ୍ନା ପରିଚୟରୁ ପରେ ତାଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଅହଲ୍ୟା ଏହା ଜାଣିବା ପରେ ବିରୋଧ କରିଥିଲେ। ତାଙ୍କୁ ବିବାହ କରିବାର ବର୍ଷକ ପରେ ଗତ ୧୧ ତାରଖ ରାତିରେ ତାଙ୍କ ବାନ୍ଧବୀଙ୍କ ସହ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଫେରାର କରାଇବା ପଛରେ ସେଠାକାର ଆଉ ଜଣେ ଯୁବତୀ ମଧ୍ୟସ୍ଥି ସାଜିଥିବା ସୂଚନା ମିଳିଛି ।

 

ସମ୍ବନ୍ଧିତ ଖବର