ସ୍ବିଗି ଡେଲିଭରି ବଏ ପତିତପାବନ ଅପହରଣ ଘଟଣା : ୪୮ ଘଣ୍ଟାପରେ ମଧ୍ୟ ପୁଲିସ ହାତ ଖାଲି

ଧଉଳି :ଧଉଳି ଥାନା ଅଞ୍ଚଳରୁ ଅପହୃତ ହୋଇଥିବା ସ୍ବିଗି ଡେଲିଭରି ବଏ ପତିତପାବନ ପୃଷ୍ଟି ଅପହରଣ ଘଟଣା ସମୟ ଯେତେ ଗଡ଼ୁଛି ସେତିକି ରହସ୍ୟମୟ ହୋଇପଡ଼ିଛି। ଅପହରଣ ଘଟଣାକୁ ଏହାମଧ୍ୟରେ ଦୀର୍ଘ  ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ପୁଲିସ ପତିତପାବନଙ୍କୁ ଉଦ୍ଧାର କରିବା ତ ଦୂରର କଥା ଅପହରଣକାରୀଙ୍କ ସଂପର୍କରେ କୌଣସି ଟେର ପାଇପାରି ନାହିଁ।

ପତିତପାବନଙ୍କ ବଡ଼ ଭାଇ ପୁରୁଷୋତ୍ତମ ପୃଷ୍ଟି ତାଙ୍କ  ତାଙ୍କ ସାନଭାଇକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଧଉଳି ଥାନାରେ ମାମଲା ୧୩୮/୯ରେ ଏକ ମାମଲା ରୁକୁ କରି ପୁଲିସ ହାତବାନ୍ଧି ବସିଛି।  ତେବେ ପତିତପାବନଙ୍କ ଅପହରଣ କରାଯିବା ଘଟଣା ଉପରୁ ଖୁବଶୀଘ୍ର ପରଦା ଉଠିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ସିସି କ୍ୟାମେରା ଫୁଟେଜ ଓ ପତିତପାବନଙ୍କ ମୋବାଇଲ ଫୋନ କଲ ଡିଟେଲ୍ସ (ସିଡ଼ିଆର) ରିପୋର୍ଟ ଓ ସିସି କ୍ୟାମେରା ଫୁଟେଜକୁ ଆଧାର କରି ପୁଲିସର ତଦନ୍ତ କେବଳ ଯାହା ସେହି ଦିଗରେ ସୀମିତ ରହିଥିବା ସୂଚନା ମିଳିଛି। ପତିତପାବନଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରାଯିବାରେ ବିଳମ୍ବ ହେଉଥିବାରୁ କୌଣସି ଅଘଟଣ ଆଶଙ୍କା କରିଛନ୍ତି। ସିଡିଆର ରିପୋର୍ଟ ତଥ୍ୟ ଅନୁସାରେ ପତିତପାବନଙ୍କ ମୋବାଇଲ ଫୋନକୁ ଯେଉଁମାନଙ୍କ  କଲ ଆସିଥିଲା ପୁଲିସ ସେମାନଙ୍କୁ ଯୋଗାଯୋଗ କରି ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ତାଙ୍କ ଗ୍ରାମର ବାପି ନାମକ ଜଣେ ଯୁବକକୁ ଥାନାକୁ ଡକାଇ ପଚରାଉଚରା କରିଥିବା ଜଣାପଡ଼ିଛି। ପୁରୁଷୋତ୍ତମ ସାନଭାଇକୁ ଉଦ୍ଧାର କରିବା ସଂପର୍କରେ ଜାଣିବା ପାଇଁ ଆଜି ପୂର୍ବାହ୍ନରେ ଧଉଳି ଥାନାକୁ ଆସିଥିଲେ। ଥାନା ପୁଲିସ ତାଙ୍କୁ ବାପିକୁ ଚିହ୍ନିଛନ୍ତି କି ନାହିଁ ଏବଂ ତାଙ୍କ ସଂପର୍କରେ କିଛି ପ୍ରଶ୍ନ ପଚାରିଥିଲା। ପୁରୁଷୋତ୍ତମଙ୍କ କହିବାନୁଯାୟୀ ତାଙ୍କୁ ସେଠାରେ ଧଉଳି ପୁଲିସ ଅପହରଣ ସମୟ ୯୪୫ ମିନିଟରୁ ୧୦ଟା ୧୫ ମିନିଟ ସମୟ ମଧ୍ୟରେ ସଂଗ୍ରହ କରିଥିବା ସିସି କ୍ୟାମେରା ଫୁଟେଜ ଦେଖାଇ ସେହି ସମୟ ଭିତରେ କଏଦ ହୋଇଥିବା ଦୁଇଜଣ ବାଇକ ଆରୋହୀଙ୍କୁ ଦେଖାଇ ଭାଇକୁ ଚିହ୍ନିବା ପାଇଁ କହିଥିଲା। ହେଲେ ପୁରୁଶେଷୋତ୍ତମ ସିସି କ୍ୟାମେରା ଫୁଟେଜରେ ଥିବା ଯୁବକ ଦ୍ବୟ ପୋଷ‌ାକ ଓ ହେଲମେଟ ଆଦି ଦେଖି ତାଙ୍କର ଭାଇଙ୍କର ନୁହଁ ବୋଲି କହିଥିବା କହିଛନ୍ତି। ସେହିପରି ଥାନାରେ ପୁଲିସ ପତିତପାବନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସମ୍ପର୍କରେ ମଧ୍ୟ ପଚରାଉଚରା କରିଥିବା ପୁରୁଷୋତ୍ତମ କହିଛନ୍ତି। ସୂଚନାଯୋଗ୍ୟ ଗତ ୧୧ ତାରିଖ ରାତିରେ ସ୍ବିଗି ଡେଲିଭରି ବଏ ପତିତପାବନଙ୍କୁ ଅପହରଣ କରି ନିଆଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ଧଉଳି ଥାନା ଅଧୀନ ଦୟାବ୍ରିଜ ଲିଙ୍ଗିପୁର ସ୍ଥିତ ଏକ ନିକାଞ୍ଚନ ଜାଗାରୁ ତାଙ୍କ ଚିରାଗଞ୍ଜି, ଏକ ଛୁରୀ, ବ୍ୟାଗ ଓ ଚପଲ ଜବତ କରିଥିଲା।

ସମ୍ବନ୍ଧିତ ଖବର