ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଉତ୍ତେଜିତ ଲୋକେ ନବବଧୂର ମୃତଦେହ ରଖି ମଙ୍ଗଳବାର ଅପରାହ୍ନରେ ଧାରଣା ଦେଇଛନ୍ତି। ଜାତୀୟ ରାଜପଥ କଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇଥିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ଉତ୍ତେଜିତ ଲୋକେ ଟାୟାର ଜାଳି ଯାନବାହାନ ଚଳାଚଳକୁ ବନ୍ଦ କରିଥିଲେ। ସେମାନେ ନବବଧୂର ମୃତ୍ୟୁ ପାଇଁ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ।
ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳା ଗ୍ରାମରେ ନବବଧୁର ମୃତ୍ୟୁ ଘଟିଥିଲା। ପୋଲିସର ନିରବତା ଏବଂ ଉପଯୁକ୍ତ ନ୍ୟାୟ ଦାବିରେ ନବବଧୂର ପିତାଙ୍କ ପରିବାର ଏବଂ ସମର୍ଥକଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ପରେ ଖୋର୍ଦ୍ଧା ଏସ୍ଡିପିଓ ଯୁଗଲ କିଶୋର ଦାଶ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
/sambad/media/post_attachments/wp-content/uploads/2018/07/Khordha1-300x225.jpg)
ସୂଚନାଯୋଗ୍ୟ, ପାରିବାରିକ ଘଟଣାକୁ କେନ୍ଦ୍ର କରି ନବବଧୂ ରୂପାଲି ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ସହରର ରୂପାଲି ଡିହଖଳା ଗ୍ରାମର ଉମାକାନ୍ତ ସାମନ୍ତରାୟଙ୍କୁ ବର୍ଷେ ତଳେ ବିବାହ କରିଥିଲେ। ରୂପାଲିର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଜଙ୍କିଆ ପୁଲିସ ସନ୍ଦେହରେ ଉମାକାନ୍ତ ଓ ତା’ର ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Khordha-4.jpg)