ବେଗୁନିଆ: ବେଗୁନିଆ ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବେଗୁନିଆ ଗ୍ରାମର ରାଧୁସାହୁ ଏବଂ ଭାଗୀ ବିଶ୍ବାଳଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ସଂପୃକ୍ତ ମହିଳା ଜଣକ ମହିଳା ଜଣକ କଲେଜ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ନିକଟ ମହାଦେବଙ୍କ ମନ୍ଦିର ଫାଟକ ସମ୍ମୁଖ ତୋଟାରେ ଲୁଚି ରହିଥିବା ଅଭିଯୁକ୍ତ ଯୁବକ ଦ୍ବୟ ତାଙ୍କୁ ଟଣା ଓଟରା କରିଥିଲେ। ଏପରିକି ସେ ପିନ୍ଧିଥିବା ସୁନା ଅଳଙ୍କାରକୁ ଅଭିଯୁକ୍ତମାନେ ଛଡ଼ାଇ ନେଇ ସହ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ବେଗୁନିଆ ଥାନାରେ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା।
ମହିଳାଙ୍କୁ ଦୁର୍ବ୍ୟବହାର କରି ୨ ଗିରଫ
/sambad/media/post_attachments/wp-content/uploads/2019/01/tment-can-i-go-to-rehab-instead-of-jail-article-photo-hands-of-prisoner-2.jpg)