ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲଦାର ଭାବେ କାମ କରୁଥିଲେ।
ରାଜଧାନୀ ଭୁବନେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ଏକ ୱାରେଣ୍ଟ୍ ଜାରି କରିବା ପରେ ଚଢ଼ାଉ କାର୍ଯ୍ୟ ଅାରମ୍ଭ ହୋଇଛି। ଏହି ଚଢ଼ାଉରେ ୩ ଜଣ ଡିଏସ୍ପି, ୧୦ ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଭିଜିଲାନ୍ସ ଟିମ୍ ସଂଗ୍ରାମ କେଶରୀଙ୍କର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। କେଉଁ କେଉଁ ସ୍ଥାନରେ ଚଢ଼ାଉ ହୋଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି। ଏହି ଚଢ଼ାଉ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଛି।
ବାଲୁଗାଁରେ ଥିବା ଜେନାଙ୍କ ତିନି ମହଲା ବିଶିଷ୍ଟ କୋଠାରେ, ଟାଙ୍ଗୀ ଥାନାର ହରିପୁରରେ ଥିବା ତାଙ୍କର ଏକ ବିଲ୍ଡିଂରେ, ବାଲୁଗାଁର ଚୁଡ଼ା ମିଲ୍ ନିକଟରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରେ, ବାଣପୁରର ଛୋଟରାୟପୁରଶାସନରେ ଥିବା ୩ଟି ପ୍ଲଟ୍ରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହେଉଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/1244635f-d827-4e2d-86da-cdc1213cb5a0.jpg)