ଆଇଆଇଟିରେ ‘ବିଜ୍ଞାନ ଜ୍ୟୋତି’ ଉଦ୍‌ଘାଟିତ : ଆବିଷ୍କାର, ଉଦ୍ଭାବନ ହିିଁ ଜ୍ଞାନର ମାପକାଠି

ଜଟଣୀ : ପରୀକ୍ଷାରେ ଛାତ୍ରଛାତ୍ରୀମାନେ ହାସଲ କରିଥିବା ମାର୍କ କୌଣସି ଶିକ୍ଷାନୁଷ୍ଠାନରେ ଭର୍ତ୍ତିହେବା ପାଇଁ ଆବଶ୍ୟକ ପଡ଼ିଥାଏ। ମାତ୍ର ତାହା ଜ୍ଞାନର ମାପକାଠି ହୋଇପାରେନା। ଆବିଷ୍କାର ଓ ଉଦ୍ଭାବନରୁ ହିଁ ଜ୍ଞାନର ପ୍ରକୃତ ମାପକାଠି ଜଣାପଡ଼େ ବୋଲି ଆଜି ସ୍ଥାନୀୟ ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରରେ ‘ବିଜ୍ଞାନ ଜ୍ୟୋତି’ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ସୂଚନା ଥାଉ କି, କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଦ୍ୱାରା ପ୍ରାୟୋଜିତ ଏବଂ କେନ୍ଦ୍ର ମାନବ ସମ୍ବଳ ବିଭାଗ ଆଇଆଇଟି ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି କାଯ୍ୟର୍କ୍ରମ ଚଳିତ ମାସ ୨୧ତାରିଖ ଯାଏ ଚାଲିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସରକାରୀ ଶିକ୍ଷାନୁଷ୍ଠାନର ୩୦ଜଣ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବିଜ୍ଞାନ ଛାତ୍ରୀମାନଙ୍କ ସହ ଉନ୍ନତ ଭାରତ ଅଭିଯାନରେ ଆଇଆଇଟି ଭୁବନେଶ୍ୱର ଦ୍ୱାରା ପୋଷ୍ୟଗ୍ରାମ ରୂପେ ଗ୍ରହଣ କରାଯାଇଥିବା ୬ଟି ଗ୍ରାମରୁ ୫ଜଣ ଛାତ୍ରୀଙ୍କୁ ଏଥିରେ ସାମିଲ୍‌ କରାଯାଇଛି। ସେମାନଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ସହ ଆଗମୀ ଦିନରେ ଝିଅମାନଙ୍କୁ ଉଚ୍ଚତର ଶିକ୍ଷାଲାଭ କରିବାରେ ସହାୟକ ହେବ। ଏହି ୨୧ଦିନ ଭିତରେ ସେମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ପ୍ରତିଷ୍ଠାନ, ସଂଗ୍ରହାଳୟ, ପ୍ଲାନେଟୋରିୟମ୍‌ ଏବଂ ବିଭିନ୍ନ ଐତହ୍ୟସଂପନ୍ନ ସ୍ଥାନ ପରିଦର୍ଶନ କରାଯିବା ସହ ଦୈନିକ ପ୍ରତିଷ୍ଠିତ ମହିଳା ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଶିକ୍ଷା ପ୍ରଦାନ କରିବେ। ବିଶେଷ କରି ବିଜ୍ଞାନ କ୍ଷେତ୍ରରେ ଶତକଡ଼ା ୫୦% ଭାଗ ମହିଳା ଭାଗୀଦାରିତା ପାଇଁ ଆଗ୍ରହ ବଢ଼ାଇବା ନିମନ୍ତେ ଏହି ‘ବିଜ୍ଞାନ ଜ୍ୟୋତି’ କାଯ୍ୟର୍କ୍ରମ ଆହ୍ଵାନ ସୃଷ୍ଟି କରିପାରିବ ବୋଲି ବକ୍ତାମାନେ କହିିଥିଲେ।

ଆୟୋଜିତ ସଭାରେ ଭୁବନେଶ୍ୱର ଏମ୍‌ସ୍‌ ନିର୍ଦେଶିକା ପ୍ରଫେସର ଡାକ୍ତର ଗୀତାଞ୍ଜଳି ବାତ୍ମାନାବାନେ ମୁଖ୍ୟ ଅତିଥି, ଆଇଆଇଟି ଭୁବନେଶ୍ୱର ନିର୍ଦେଶକ ପ୍ରଫେସର ଡ. ଆର୍‌ଭି ରାଜାକୁମାର ମୁଖ୍ୟ ପୃଷ୍ଠପୋଷକ ଏବଂ ଡିନ୍‌ ପ୍ରଫେସର ଡ. ଭିଆର ପେଡିରେଡି ନୋଡାଲ୍‌ ଅଧିକାରୀ ଭାବେ ଅଧ୍ୟକ୍ଷତା କରିଥିଲେ। ଡ. ସସ୍ମି୍ମିତା ବାରିକ କାଯ୍ୟର୍କ୍ରମର ସଂଯୋଜନା କରିଥିବା ବେଳେ ଡ. ସୀମା ବାହିନୀପତି ପରିଚାଳନା କରିଥିଲେ। ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଶିକ୍ଷା ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ଆଇଆଇଟି କୁଳସଚିବ ଡ. ଦେବରାଜ ରଥ ସୂଚନା ଦେଇଛନ୍ତି। କାଯ୍ୟର୍କ୍ରମ ପରିଚାଳନାରେ ପ୍ରଫେସର ଡ. ରାଜେଶ ରୋସନ ଦାଶ, ପ୍ରଫେସର ସୁଜିତ୍‌ ରାୟ, ଡ. ସାନ୍ତନୁ ପାଳ, ଡ. ଦେବଦତ୍ତ ସ୍ୱାଇଁ ଓ ଡ. ସନ୍ଦୀପ ପଟ୍ଟନାୟକ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର