ବାଲିପାଟଣା (ବସନ୍ତ କୁମାର ଦାଶ): ମୁନା ଏକମାତ୍ର ପୁଅ ଥିଲେ। ବାପାଙ୍କ ମୃତ୍ୟୁ ପରେ ମୁନା ଘର ଏକମାତ୍ର ରୋଜଗାର କ୍ଷମ ଯୁବକ ଥିଲେ। ତାଙ୍କ ମୃତ୍ୟୁ ପରେ ମାଆ ବିମଳା ଭୋଳ ଅସହାୟ ହୋଇ ପଡ଼ିଛନ୍ତି। ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ଆଜି ସ୍ଥାନୀୟ ମହିଳା ରାଜରାସ୍ତାକୁ ଓଲ୍ଲାଇଛନ୍ତି। ସ୍ଥାନୀୟ ମହାଦେବଙ୍କ ମନ୍ଦିର ପଛ ବିଛୁଆତି କିଆରୀରୁ ୨ ଶହରୁ ଊର୍ଦ୍ଧ୍ବ ବୋତଲ ମଦ ଜବତ କରିଛନ୍ତି। ଏହା ପରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳାଙ୍କ ସହ ସ୍ଥାନୀୟ ଲୋକେ ମଧୁବନ ରାଜସ ମଠସାହି ରାସ୍ତା ଅବରୋଧ କରିଛନ୍ତି। ସକାଳ ୯ ଟାରୁ ମହିଳାମାନେ ରାସ୍ତାରେ ମଦ ବୋତଲ ରଖି ବାଉଁଶ ବାନ୍ଧି ରାସ୍ତାରୋକରେ ବସିଛନ୍ତି। ସ୍ଥାନୀୟ ଅଞ୍ଚଳରୁ ଚୋରା ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରିବା ସହ ଚୋରା ମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ତୁରନ୍ତ ଗିରଫ କରିବା ଦାବି ରେ ଅଡି ବସିଛନ୍ତି।

Advertisment

ବାଲିପାଟଣା ପୁଲିସ ଓ ଅବକାରୀ ବିଭାଗ ଘଟଣାସ୍ଥଳୀରେ ଉପସ୍ଥିତ ଅଛି। ୫ ଘଣ୍ଟା ହେଲା ରାସ୍ତା ବନ୍ଦ ଫଳରେ ଏହି ରାସ୍ତାରେ ଯାତାୟାତ ଠପ ହୋଇଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ ସରକାରୀ ଜାଗାକୁ ବେଆଇନ ଦଖଲ କରି ଦୋକାନ ନାରେ ମଦ ବିକ୍ରି କରୁଛନ୍ତି। ଏହାକୁ ସମ୍ପୂର୍ଣ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରକାରୀ ସମ୍ପତି ରୁ ବେଆଇନ ନିର୍ମାଣ ଉଛେଦ କରିବାକୁ ଲୋକେ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: Wine Seized: ଟଙ୍କା ରୋଜଗାର ପାଇଁ କଳା ଧନ୍ଦା, ଔଷଧ ଦୋକାନରେ ବିକ୍ରି କଲେ ମଦ

ମଦ ବିକ୍ରି ଫଳରେ ଗାଁ ପରିବେଶ କଳୁଷିତ

ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ବ୍ଲକ ଆଲିସି ଶାସନ ଗ୍ରାମରେ ଚୋରା ମଦ ବିକ୍ରି ଫଳରେ ଗାଁ ପରିବେଶ କଳୁଷିତ ହେଉଛି। ଯୁବ ପିଢ଼ି ମଦ ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଗତ ୮ ତାରିଖ ଦିନ ବାଲିପାଟଣା ଥାନା ଆଲିସି ଶାସନ ଡିହସାହି କଙ୍କଡା ହୁଡ଼ା ଗ୍ରାମର ସ୍ବର୍ଗତ ଜମ୍ବେଶ୍ୱର ଭୋଳ ଙ୍କ ଏକ ମାତ୍ର ପୁଅ ଜଗବନ୍ଧୁ ଭୋଳ ଓରଫ ମୁନା (୨୫)ଙ୍କ ଅକାଳ ବିୟୋଗ ଘଟିଛି। ସେହିପରି ଗାଁର ଆଉ କିଛି ଯୁବକ ରୋଗ ଯନ୍ତ୍ରଣା ଭୋଗୁଛନ୍ତି। ପରିବାର ଭିତରେ ଅଶାନ୍ତି ବାତାବରଣ ଦେଖା ଦେଉଛି। ଗାଁ ଦୋକାନରେ ଅବାଧ ଚୋରା ମଦ ବିକ୍ରି ଏହାର ପ୍ରମୁଖ କାରଣ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Intoxicated Woman In Delhi: ମଦ ପିଇ ମାତାଲ ହେଲେ ଯୁବତୀ, ଝୁମେଇ ଦେଲା ନାଲି ପାଣି ନିଶା