ଖୋର୍ଦ୍ଧା: ଟାଉନ୍ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ୨ଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗୋଟିଏ ଗୋଷ୍ଠୀର ଲୋକେ ୫ଟି ଗାଡ଼ିକୁ ନିଆଁ ଲଗାଇ ଦେଇଛନ୍ତି। ସେହିଭଳି ବିରୋଧୀ ଗୋଷ୍ଠୀ ମଧ୍ୟ ୨ଟି ଗାଡ଼ିିକୁ ଭାଙ୍ଗି ଦେଇଛନ୍ତି। ସାମନ୍ତରାପୁର ଓ ଉପରସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ୫ଟି କାରକୁ ନିଆ ଲଗାଇ ଦେଇଛନ୍ତି। ପ୍ରତିଷୋଧ ନେବାକୁ ଅନ୍ୟ ଗୋଷ୍ଠୀ ଗୋଟିଏ କାର ଓ ଗୋଟିଏ ମିନିଟ୍ରକ୍ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଅଞ୍ଚଳର ଏକ ଶାଗୁଆନ ବଗିଚାରେ ଜଣଙ୍କ ଘର ଆଗରେ ଥିବା ଗୋଟିଏ ଗୋଷ୍ଠୀର କାର ଓ ମିନି ଟ୍ରକ ଭଙ୍ଗାରୁଜା ହେବା ସହିତ ସିସିଟିଭି କ୍ୟାମେରାକୁ ଉତ୍ତେଜିତ ଲୋକେ ନଷ୍ଟ କରି ଦେଇଛନ୍ତି। ଜବାବରେ ପ୍ରତିଷୋଧ ନେବା ପାଇଁ ଅନ୍ୟ ଗୋଷ୍ଠୀର ଲୋକେ ୫ଟି ବାଇକ୍ରେ ନିଆ ଲଗାଇ ଦେଇଛନ୍ତି।
ଏହି ସଂଘର୍ଷରେ ୩ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/778eae3f-bb26-4941-bd23-4cab8e31b3c9.jpg)