ଜଟଣୀ: ସ୍ୱାମୀଙ୍କ ମୃତ୍ୟୁକୁ ସହ୍ୟ କରିନପାରି ଜୀବନ ହାରିଲେ ସ୍ତ୍ରୀ। ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କରିଲେ ପତ୍ନୀ। ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଞ୍ଚଳରେ।
ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। କମ୍ପ୍ରେସରରେ ସମସ୍ୟା ଯୋଗୁଁ ତାହା ଫାଟି ଯାଇଥିଲା। ବିସ୍ପୋରଣରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହାକୁ ସହି ପାରିନଥିଲେ ଦିଲୀପଙ୍କ ପତ୍ନୀ ସୌମ୍ୟାଶ୍ରୀ ଜେନା(୨୪)। ତାପରେ ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିଲେ। ସୂଚନା ଅନୁସାରେ ମାତ୍ର ଦୁଇ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା । ତେବେ ସ୍ୱାମୀଙ୍କ ପଛେ ପଛେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଜୀବନ ହାରିଲେ ସ୍ତ୍ରୀ
/sambad/media/post_attachments/wp-content/uploads/2024/01/Wife-Died-After-Husband_Thumbnail.jpg)