ମହିଳାଙ୍କ ମୃତଦେହ ଝୁଲନ୍ତ‌ା ଅବସ୍ଥାରେ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମାଆ , ସ୍ବାମୀ ଓ ଶ୍ବଶୂର ଗିରଫ

ଧଉଳି  : ଧଉଳି ଥାନା ଅଧୀନ ସରଦେଇପୁର ଗ୍ରାମର ଫଗୁନାଥ ସାହୁଙ୍କ ପତ୍ନୀ ଚଞ୍ଚଳା ସାହୁ(୨୪) ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି । ଚଞ୍ଚଳାଙ୍କୁ ତାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକ ଅଧିକ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଚଞ୍ଚଳାଙ୍କ ମାଆ ସୁକାନ୍ତୀ ସାହୁ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ଧଉଳି ଥାନାରେ ତାଙ୍କ ବିରୋଧରେ ନଂ ୧୮୩/୨୦ ରେ ଯୌତୁକ ନିରୋଧ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୁଲିସ ଫଗୁନାଥ ଓ ତାଙ୍କ ବାପା ଶଙ୍କରଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ଆସନ୍ତା କାଲି ଉଭୟ ବାପା ଓ ପୁଅଙ୍କୁ କୋର୍ଟ ଚାଲାଣ କରଯିବ ବୋଲି ପୁଲିସ କହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଫଗୁନାଥ ଦୁଇବର୍ଷ ପୂର୍ବେ ଖୋର୍ଧା ଜିଲ୍ଲା ସଦର ଥାନା ବାଜେପୁର ଗ୍ରାମର ଚଞ୍ଚଳାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ସେମାନଙ୍କର ୧୦ ମାସର ପୁଅଟିଏ ଅଛି ।  ଶାଶୁଘର ଲୋକ ଦାବି ମୁତାବକ ତାଙ୍କ ବାପଘର ପକ୍ଷରୁ ଯୌତୁକ ଟଙ୍କା , ସୁନା ଅଳଙ୍କାର ତଥା ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ । ସେମାନଙ୍କର ୧୦ ମାସର ପୁଅଟିକ ମଧ୍ୟ ଅଛି । ହେଲେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ମନୋମାଳିନ୍ୟ ରହିଥିଲା । ଅଧିକ ଯୌତୁକ ଦାବି କରି ଚଞ୍ଚଳାଙ୍କୁ ସ୍ବାମୀ ଓ ତାଙ୍କ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗତକାଲି ଗତକାଲି ରାତିରେ ପରିବାର ଲୋକ ଝୁଲନ୍ତା ଅବସ୍ଥାରେ ଚଞ୍ଚଳାଙ୍କୁ ତଳକୁ ଆଣିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ଚଞ୍ଚଳାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଆଜି ପୂର୍ବାହ୍ନରେ ତାଙ୍କ ବାପଘର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଗ୍ରହଣ କରି ପୁଲିସ ଫଗୁନାଥ ଓ ତାଙ୍କ ବାପା ଶଙ୍କରଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର