ଖୋର୍ଦ୍ଧା: ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ମିଳିଲା ପକ୍କା ଘର ପାଇଁ କାର୍ଯ୍ୟାଦେଶ

ଖୋର୍ଦ୍ଧା: ଆତ୍ମହତ୍ୟା ପରେ ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ଶୁକ୍ରବାର ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି। ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ବିଡିଓ ପକ୍କା ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଂଚଳର ଲକ୍ଷ୍ମୀଧର ବେହେରାଙ୍କ ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓ ଭାଇରାଲ ହୋଇଥିଲା। ଭିଡ଼ିଓରେ ଲକ୍ଷ୍ମୀଧର କହିଥିଲେ ଯେ, ପକ୍କା ଘର କାର୍ଯ୍ୟାଦେଶ ପାଇଁ ତାଙ୍କୁ ଲାଞ୍ଚ ମଗାଯାଇଛି।
ଟାଙ୍ଗୀ ବ୍ଲକର ନିରାକାରପୁର ସାହିର ଲକ୍ଷ୍ମୀଧର ବେହେରା ଗତ ୧୬ ତାରିଖ ଦିନ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଅଭାବ ଅସୁବିଧା ସାଙ୍ଗକୁ ଦିନ ମଜୁରିଆ ହେତୁ ପ୍ରତିଦିନ କାମ ମିଳୁନାହିଁ, ଫଳରେ ପରିବାର ଚଳାଇବା କଷ୍ଟ ହୋଇପଡିଛି । ଏବଂ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବା ପରେ ରୁଣ ଭାର ସହିନପାରି ନିଜ ଜମିରେ ବିଷ ପିଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କୁମାରୀ ବେହେରା ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର