ଖୋର୍ଧା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଓ ଅପହରଣ କରି ଫେରାର୍ ଥିବା ଜଣେ ଅଭିଯୁକ୍ତକୁ ଟାଉନ୍ ଥାନା ପୁଲିସ ଆଜି ଭୁବନେଶ୍ୱରରୁ ଗିରଫ କରିଛି। ତା’ ନାଁ ଜିତେନ୍ଦ୍ର ବେହେରା (୨୬)। ଘର କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ। ସେ ଖୋର୍ଧା ଟାଉନ୍ ଥାନା ଅଞ୍ଚଳରେ ପତ୍ନୀଙ୍କ ସହ ରହୁଥିଲା। ପୁଲିସ ସୂଚନା ମୁତାବକ, ଜିତେନ୍ଦ୍ରର ପତ୍ନୀ ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ କରନ୍ତି। ପତ୍ନୀଙ୍କ ଅଜ୍ଞାତରେ ଟ୍ୟୁସନ୍ ପାଇଁ ଆସୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ନାବାଳିକାକୁ ଜିତେନ୍ଦ୍ର ନାନା ପ୍ରଲୋଭନ ଦେଖାଇ ସଂପର୍କ ରଖି ଆସୁଥିଲା। ତେବେ ଏହି ଘଟଣା ପ୍ରଘଟ ହେବା ପରେ ସେ ଗତ ମାସ ୩୦ ତାରିଖ ସଂଧ୍ୟାରେ ନାବାଳିକାକୁ ନେଇ କେଉଁଆଡ଼େ ଫେରାର୍ ହୋଇଯାଇଥିଲା। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଖୋର୍ଧା ଟାଉନ୍ ଥାନା ପୁଲିସ ନମ୍ବର ୪୧୩/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଟାଉନ୍ ଥାନା ପୁଲିସ ଅଭିଯୋଗ ହେବାର ପରଦିନ ଅର୍ଥାତ୍ ଅକ୍ଟୋବର ୧ତାରିଖ ଦିନ ନାବାଳିକାକୁ ବାଙ୍କିରୁ ଉଦ୍ଧାର କରିଥିଲା ବେଳେ ଅଭିଯୁକ୍ତ ଜିତେନ୍ଦ୍ର କେଉଁଆଡ଼େ ଫେରାର୍ ହୋଇଥିଲା। ନାବାଳିକାର ଡାକ୍ତରୀମାଇନା ପରେ ପୁଲିସ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ ଜିତେନ୍ଦ୍ର ଭୁବନେଶ୍ୱରରେ ଲୁଚିଥିବା ଖବର ପାଇ ଟାଉନ୍ ଥାନାର ଏକ ପୁଲିସ ଦଳ ଆଜି ତାକୁ ରାଜଧାନୀରୁ ଗିରଫ କରି କୋର୍ଟଚାଲାଣ କରିଛି।
ନାବାଳିକା ଅସଦାଚରଣ ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ
/sambad/media/post_attachments/wp-content/uploads/2017/10/wcbd-handcuffshandcuffs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)