ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଗୁରୁବାର ଜଙ୍କିଆ ଥାନା ଅନ୍ତର୍ଗତ ଦେଉଳପାଟଣା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବାହ୍ନ ୧୧ଟାରେ ସାନୁଜ ପ୍ରଧାନ(୨୨) ନିଜ ଘର ବାଡ଼ି ପଟେ ଥିବା ବଗିଚାରେ ପାଣି ଦେବା ପାଇଁ ମୋଟର ଚଳାଉଥିବା ବେଳେ, ସର୍ଟ ସର୍କିଟ ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର