ନିରାକାରପୁର: ଗତକାଲି ବିଳମ୍ବିତ ରାତିରେ ଜଙ୍କିଆ ପୁଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡ଼ିକୁ ଜବତ କରିଥିଲା। ସେଥିରେ ୭୦ଟି ଗୋରୁ ଥିଲେ। ଜବତ ଗୋରୁଗୁଡ଼ିକୁ ଏମ୍ସସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି।
/sambad/media/post_attachments/wp-content/uploads/2024/02/dc21b491-878c-49aa-ba95-0c00d8a6d52e-225x300.jpeg)
ଘଟଣା ସ୍ଥଳରୁ ବ୍ୟବହୃତ ଗାଡ଼ିର ଚାଳକ ଓ ହେଲପର ଗିରଫ ଭୟରେ ଚମ୍ପଟ ମାରିଛନ୍ତି। ଗାଡିଟି କେଉଁଠାରୁ କେଉଁଠାକୁ ଯାଉଥିଲା, ସେ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରା ଯାଉଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/0ae458ae-ae94-4341-aa4a-6b517c835fa8.jpeg)