ଖୋର୍ଦ୍ଧା: ଯୁବକଙ୍କ ମୃତ୍ୟୁ ପରେ ହଳଦିଆରେ ଲଙ୍କାକାଣ୍ଡ, ମଦ ଦୋକାନ ଜାଳି ଦେଲେ ମହିଳା

ଖୋର୍ଦ୍ଧା: ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ହଳଦିଆରେ ଗ୍ରାମରେ ଲଙ୍କାକାଣ୍ଡ ଘଟିଛି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଯୁବକଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କରି କିଛି ଲୋକ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିବା ବେଳେ ମଦ ଦୋକାନ ଯୋଗୁଁ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗ୍ରାମର ମହିଳାମାନେ ଗ୍ରାମରେ ଥିବା ଦୁଇଟି ମଦଦୋକାନକୁ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

ପ୍ରକାଶ ଯେ, ଗତକାଲି ଗ୍ରାମର ନୃସିଂହ ପତି (୪୨) ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ଗ୍ରାମଲୋକେ ଉଦ୍ଧାର କରି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନୃସିଂହଙ୍କ ଚିକିତ୍ସା ହୋଇ ପାରି ନଥିଲା। ନୃସିଂହଙ୍କୁ ଗାଁ ଲୋକେ ଖୋର୍ଦ୍ଧା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ନେଇ ଆଜି ଦିନ ୧୧ଟା ବେଳେ ଗାଁ ଲୋକେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଡାୟାର ଜାଳି ଧାରଣା ଦେଇଥିଲେ। ଏହି ସମୟରେ କିଛି ଯୁବକ ଡାକ୍ତରଖାନା ଭିତରେ ପଶି ଭଙ୍ଗାରୁଜା କରିଥିବା ବେଳେ ମହିଳାମାନେ ମଦ ଦୋକାନକୁ ନୃସିଂହଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗାଁର କିଛି ଯୁବକଙ୍କ ସହ ମିଶି ଗାଁରେ ଥିବା ଦୁଇଟି ମଦ ଦେକାନରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର