ଖୋର୍ଦ୍ଧା: ରାଜ୍ୟରେ ବଢ଼ି ଚାଲିଥିବା ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର, ପୁଲିସ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ଣ ୧୧ଟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟରେ ଦିନକୁ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି ।
ବର୍ଷକୁ ପ୍ରାୟ ୪୩୧୫ ଶିଶୁଙ୍କ ଅପହରଣ ଆଦି ଘଟଣା ଘଟୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅପହୃତ ଶିଶୁଙ୍କ ଉଦ୍ଧାର ପାଇଁ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି, କି ଏଭଳି ସାଂଘାତିକ ଅପରାଧକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରତି ସଜାଗ ହୋଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଧାରଣା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
/sambad/media/post_attachments/wp-content/uploads/2020/12/COngress-infornt-of-Khordha-SP-office-on-Pari-issue1-1024x768.jpeg)
ପ୍ରାୟ ୨ ଘଂଟା ଧରି ଚାଲିଥିବା ଏହି ଧାରଣାରେ ବରିଷ୍ଠ କଂଗ୍ରେସ ନେତା ଶିଶିର ପରିଡ଼ା, ମିଡିଆ ସେଲର ମୁଖପାତ୍ର ଅମିତ ମହାନ୍ତି, ନଗର କଂଗ୍ରେସ ସଭାପତି ରଂଜିତ ମହାପାତ୍ର, ଜଟଣୀ ପୌରାଂଚଳ ସଭାପତି ଅଶୋକ ମଙ୍ଗରାଜ, ପ୍ରଦୀପ ସାହୁ, ପ୍ରଦୀପ ସ୍ୱାଇଁ, ବେଣୁ ଭୋଇ, ପଦ୍ମଚରଣ ରାୟ, ସୁବାସ ପାତ୍ର, ଜିତ ଚମ୍ପତ୍ତି, ବିଭାସ ମହାପାତ୍ର, ବାବୁ ବଡ଼ଜେନା, ଶିଳାଦିତ୍ୟ ପଟ୍ଟନାୟକ, ଦେବବ୍ରତ ମହାନ୍ତି, ବଟକୃଷ୍ଣ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/COngress-infornt-of-Khordha-SP-office-on-Pari-issue.jpeg)