ଶିଶୁ କଳାକାର ଅଦିତି ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତା ପାଇଁ ମନୋନୀତ

ଜୟପୁର : ସ୍ଥାନୀୟ ମାଦଲାସାହିର ରବିନ୍ଦ୍ର ମିଶ୍ର ଓ ସଂଜନା ମିଶ୍ରଙ୍କ ୪ବର୍ଷର ଝିଅ ଅଦିତି ମିଶ୍ର ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀର ଏକ ଘରୋଇ ଚ୍ୟାନେଲ ପକ୍ଷରୁ ଆୟୋଜିତ ‘ହମ ହେ ହୁନର ବାଜ’ କାର୍ଯ୍ୟକ୍ରମ ପାଇଁ ସେ ଅନଲାଇନରେ ଭିଡିଓ ପଠାଇଥିଲେ। ଏହି ଭିଡିଓକୁ ଦେଖିବା ପରେ ଉକ୍ତ ଚାନେଲ ପକ୍ଷରୁ ଅଦିତିଙ୍କୁ ମନୋନୀତ କରାଯାଇଛି। ଆସନ୍ତା ୯ତାରିଖ ଦିନ ନୂଆଦିଲ୍ଲୀରେ ହେବାକୁ ଥିବା ଷ୍ଟୁଡିଓ ରାଉଣ୍ଡ ପାଇଁ ସେ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୁନାରୀସାହିସ୍ଥ ପ୍ରେରଣା ଡ୍ୟାନସ୍ ଏକାଡେମୀର ନୃତ୍ୟଗୁରୁ ସୁସ୍ମିତା ରଥ ତାଙ୍କୁ ନୃତ୍ୟ ତାଲିମ ନେଉଛନ୍ତି। ଏଥି ପୂର୍ବରୁ ଦିତି ଜାତୀୟ ଓ ଅର୍ନ୍ତଜାତୀୟ ନୃତ୍ୟ ପ୍ରତିଯୋଗିତା ଇଣ୍ଡିଆ ବେଷ୍ଟ କଳାକାର, ଭାଇରାଲ୍ ରାଇଜିଂ ଷ୍ଟାର ପ୍ରତିଯୋଗିତାରେ ସେମିଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ପିଲା ବେଳରୁ ନୃତ୍ୟ ପ୍ରତି‌ ଥିବା ତାଙ୍କ ରୁଚିକୁ ଦେଖି ପରିବାରବର୍ଗ ଅଦିତିଙ୍କୁ ନୃତ୍ୟ ତାଲିମ ଦେବାକୁ ନିଷ୍ପତ୍ତି ନେଇଥିଲେ। ଅଦିତି ପ୍ରକାଶ ବିଦ୍ୟାଳୟରେ ପଢ଼ୁଛନ୍ତି। ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଥ‌ୋତ୍ସବ, ଦଶହରା ମହୋତ୍ସବର ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର