କେନ୍ଦ୍ରାପଡା: ନିଶା ଦେଇ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଆଜି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସଦର ଥାନା ଅଂଚଳରେ ଘଟିଛି ା ଦୁର୍ବୃତ୍ତମାନେ ଯୁବତୀଙ୍କୁ ନିଶା ଇଂଜେକ୍‌ସନ୍ ନେଇ କାର୍‌ ଭିତରେ ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ା ଲୋକେ ଜଣଙ୍କୁ କାବୁ କରି ସଦର ପୁଲିସ ଜିମା ଦେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି। ପୁଲିସ ସିରିଂଜ ଓ କାର୍‌ ଜବତ କରିଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ା ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି।
ଘଟଣାଟି ହେଉଛି ଏହିପରି ା ସଦର ଥାନା ଅନ୍ତର୍ଗତ ବଳିରାଜପୁର ଗ୍ରାମର ୨୪ ବର୍ଷୀୟ ଯୁବତୀ ବଗଡ଼ା ଗ୍ରାମରୁ ସିଲେଇ ଶିକ୍ଷା କରି ଫେରୁଥିଲେ। ସାଇକଲ୍‌ରେ ଘରକୁ ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ଦୁର୍ବୃତ୍ତମାନେ ଠିକଣା ପଚାରି ଥିଲେ। ସେ ଅଟକିଯିବାରୁ ନାଇପୁର ଗ୍ରାମର ଯଶୋବନ୍ତ ବିଶ୍ୱାଳ ଓ ଦୁଇ ସହଯୋଗୀ ହଠାତ୍ ତାଙ୍କୁ କାବୁ କରି ଜୋର ଜବରଦସ୍ତ ନିଶା ଇଂଜେକସନ୍ ଦେଇ ଏକ ସୁଇଫ୍ଟ କାରରେ ଭର୍ତ୍ତି କରି ଦେଇଥିଲେ। ତେବେ ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ଯୁବତୀ ଜଣଙ୍କ ଚିତ୍କାର କରିବାରୁ ବିଲରେ କାମ କରୁଥିବା କିଛି ଚାଷୀ ରାସ୍ତାକୁ ଦୌଡ଼ି ଆସିଥିଲେ। ହେଲେ କାର୍ ଦ୍ରୁତ ଗତିରେ ଯିବାରୁ ଗ୍ରାମର କିଛି ଯୁବକ ଏହାର ପିଛା କରି ଅଭଯିୁକ୍ତ ଯଶୋବନ୍ତଙ୍କୁ କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟ ପାଖରେ ଧରିଥିଲେ। ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଥିଲେ।

Advertisment

ତେବେ ନିଶା ଇଂଜେକସନ୍ ଦିଆଯାଇଥିବା କାରଣରୁ ଯୁବତୀ ଗୁରୁତର ହୋଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାରେ ଅପହରଣରେ ବ୍ୟବହୃତ କାର(ଓଡ଼ି ୦୨ବିଏଫ–୩୫୯୯) ଏବଂ ନିଶା ଇଞ୍ଜେକ୍ସନରେ ବ୍ୟବହୃତ ସିରିଞ୍ଜ ଆଉ ଏକ ପ୍ୟାକେଟ ଜବତ କରିଛି। ଏ ସମ୍ପର୍କରେ ଏସ୍‌ଆଇ ତପନ ନାହାକ କହିଛନ୍ତି, ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ ଫେରାର ହୋଇଯାଇଥିବା ଦୁଇ ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି।