ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଏୟାରପୋର୍ଟ ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀ(୧୬)ଙ୍କୁ ଅପହରଣ ପରେ ୩ ଦିନ ରାୟପୁରରେ ରଖି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଏୟାରପୋର୍ଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ବଲାଙ୍ଗୀର ଜିଲ୍ଲା ମୁରିବାହାଲରୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେପଟେ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ, ୫ ଦିନ ତଳେ ନାବାଳିକାଜଣକ ରାତିରେ ଶୋଇଥିବା ବେଳେ ହଠାତ ନିଖୋଜ ହୋଇଯାଇ ଥିଲେ। ଏ ସମ୍ପର୍କରେ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ଯୁବକଜଣଙ୍କ ନାବାଳିକାଙ୍କୁ ନେଇ ୩ ଦିନ ରାୟପୁରରେ ରଖିବାପରେ ପ୍ରଥମେ ଟିଟିଲାଗଡ଼ ଓ ପରେ ମୁରିବାହାଲ ନେଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରି ସେମାନଙ୍କୁ ଧରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/rape.jpg)